Categories: ଜାତୀୟ

ସୋନିଆଙ୍କ ବ୍ୟକ୍ତିଗତ ସଚିବଙ୍କ ନାଁରେ ବଳାତ୍କାର ମାମଲା

ନୂଆଦିଲ୍ଲୀ, ୨୮ା୬: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବ ପି. ପି. ମାଧବନ(୭୧)ଙ୍କ ବିରୋଧରେ ଦିଲ୍ଲୀ ପୋଲିସ ସୋମବାର ଏକ ବଳାତ୍କାର ମାମଲା ରୁଜୁ କରିଛି। ଦିଲ୍ଲୀର ଜଣେ ୨୬ ବର୍ଷୀୟା ମହିଳା ମାଧବନଙ୍କ ବିରୋଧରେ ଶନିବାର ଉତ୍ତମନଗର ଥାନାରେ ବଳାତ୍କାର ଅଭିଯୋଗ କରିଥିଲେ। ଏତଲା ଅନୁଯାୟୀ ମାଧବନ ପୀଡ଼ିତାଙ୍କୁ ଚାକିରି ଓ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏହି ବିଷୟରେ ମୁହଁ ଖୋଲିଲେ ଜୀବନରେ ମାରିଦେବା ପାଇଁ ସେ ଧମକ ଦେଇଥିଲେ। ଏ ନେଇ ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି) ଦଫା ୩୭୬ ଓ ୫୦୬ ବଳରେ ମାମଲା ରୁଜୁ କରି ତଦନ୍ତ ଜାରି ଥିବା ଦ୍ୱାରକା ଡେପୁଟି ପୋଲିସ କମିଶନର ଏମ୍‌. ହର୍ଷ ବର୍ଦ୍ଧନ ସୂଚନା ଦେଇଛନ୍ତି।

Share