ଆଧାର ସଂଯୋଗ ନ କଲେ ରାଶନ ସାମଗ୍ରୀ ମିଳିବନି

ଆସିକା,୨୭ା୮(ଡି.ଏନ୍‌.ଏ.)-ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ରାଶନ କାର୍ଡ ସହ ଆଧାର କାର୍ଡ ନମ୍ବର ସଂଯୋଗୀକରଣକୁ ବାଧ୍ୟତାମୂଳକ କରାଯାଇଛି। ଅଦ୍ୟାବଧି ଆସିକା ବ୍ଲକର କେତେକ ହିତାଧିକାରୀ ସେମାନଙ୍କ ରାଶନ କାର୍ଡରେ ଆଧାର ନମ୍ବର ସଂଯୋଗ କରିନାହାନ୍ତି ା ଅଗଷ୍ଟ ଶେଷ ସୁଦ୍ଧା ଆଧାର ନମ୍ବର ସଂଯୋଗ ନ କଲେ ହିତାଧିକାରୀ ରାଶନ ସାମଗ୍ରୀ ପାଇବାରୁ ବଞ୍ଚତ୍ତ ହେବେ ା ସୋମବାର ଆସିକା ବ୍ଲକ ସଭାଗୃହରେ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ଅନୁଷ୍ଠିତ କର୍ମଶାଳାରେ ଏହି ସୂଚନା ଦିଆଯାଇଛି। ନିର୍ବାଚିତ ପ୍ରତିନିଧିମାନେ ଏଥିପ୍ରତି ଧ୍ୟାନଦେବା ଲାଗି ନିବେଦନ କରାଯାଇଛି। ବ୍ଲକର ୨୭ ପଞ୍ଚାୟତରେ ଜାତୀୟ ଖାଦ୍ୟସୁରକ୍ଷା ଯୋଜନାରେ ୧.୫ ଲକ୍ଷରୁ ଅଧିକ ହିତାଧିକାରୀ ସାମିଲ ହୋଇଥିବା ବେଳେ ୮ ହଜାରରୁ ଅଧିକଙ୍କ କାର୍ଡ ଆଧାର ସଂଯୋଗ କାର୍ଯ୍ୟ ଏ ଯାଏ ହୋଇପାରିନାହିଁ ା ଏ ସମ୍ପର୍କରେ ରିତିମତ ହିତାଧିକାରୀଙ୍କୁ ଜଣାଇ ଦିଆଯାଉଥିଲେ ମଧ୍ୟ ସେମାନେ ପ୍ରସାଶନକୁ ସହଯୋଗ କରୁ ନ ଥିବା ଲକ୍ଷ୍ୟ କରାଯାଇଛ। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ଆସିକା ବ୍ଲକର ବିଭିନ୍ନ ପଞ୍ଚାୟତ ୩୭୬୪ ପରିବାରର ୯୯୮୨ ରାଶନ କାର୍ଡ ପାଇଁ ଆଶାୟୀ ଅଛନ୍ତି। ସେହିପରି ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ପୂର୍ବରୁ ଆଧାର କାର୍ଡର ସଂଯୋଗୀକରଣ ସରିଥିଲା ବେଳେ ଏହି ଯୋଜନାରେ ୪୭୮୫ ପରିବାରର ୧୧ ହଜାର ୬୯୯ ଜଣ ରାଶନ ସାମଗ୍ରୀ ପାଉଥିବା ବିଡିଓ ଗାୟତ୍ରୀଦତ୍ତ ନାୟକ ସୂଚନା ଦେଇଛନ୍ତି ା ବିଡିଓ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ବ୍ଲକ ଯୋଗାଣ ଅଧିକାରୀ ଜୟରାମ ଲେଙ୍କା, ଜିଲା ପରିଷଦ ସଭ୍ୟ ଶିବଶଙ୍କର ମହାନ୍ତି, ଗୌରହରି ବେହେରାଙ୍କ ସମେତ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଓ ଯୋଗାଣ ସହାୟକମାନେ ସାମିଲ ଥିଲେ ା

Share