ଆଜି ରାଜ୍ୟରେ ୭୨ ପଜିଟିଭ୍‌ ଚିହ୍ନଟ, ୩୩୫୬୯୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୮।୨(ବ୍ୟୁରୋ): ସୋମବାର ୧୦୦ ତଳେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଆଜି ୭୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୫,୬୯୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୪୪ ଜଣ ଚିହ୍ନଟ ହୋଇଥିବା ବେଳେ ୨୮ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ସେହିପରି କରୋନାରେ ବାଲେଶ୍ୱରରୁ ଆଜି ଜଣେ ୭୪ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନାରୁ ଜଣାପଡ଼ିଛି।

ଆଜି ସୁନ୍ଦରଗଡ଼ରରୁ ସର୍ବାଧିକ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୧୦ ଏବଂ ମୟୂରଭଞ୍ଜରୁ ୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୨, ବାଲେଶ୍ୱର ୬, ବରଗଡ଼ ୬, ଭଦ୍ରକ ୧, ବଲାଙ୍ଗୀର ୨, କଟକ ୪, ଦେବଗଡ଼ ୨, ଢେଙ୍କାନାଳ ୧, ଜଗତସିଂହପୁର ୧, ଯାଜପୁର ୩, ଝାରସୁଗୁଡ଼ା ୬, ଖୋର୍ଦ୍ଧା ୪, ମୟୂରଭଞ୍ଜ ୭, ନୂଆପଡ଼ା ୨, ରାୟଗଡ଼ା ୨, ସମ୍ବଲପୁର ୨ ଏବଂ ସୋନପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୫, ୬୯୨ରେ ପହଞ୍ଚିଥିବା ବେଳେ ୩,୩୨,୯୪୮ ଜଣ ସୁସ୍ଥ ହୋଇଛନ୍ତି। ୭୮୧ ଜଣ ଚିକିତ୍ସିତ ହେଉଛନ୍ତି।

Share