କାଠମାଣ୍ଡୁ,୪।୧୧: ଶୁକ୍ରବାର ରାତିରେ ନେପାଳରେ ଘଟିଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ବ୍ୟାପକ କ୍ଷତି ଘଟିଛି। ଏହି ଶକ୍ତିଶାଳୀ ଭୂକମ୍ପରେ ଅତି କମରେ ଏବେ ପର୍ଯ୍ୟନ୍ତ ୭୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ଅଧିକାରୀ କହିଛନ୍ତି ଯେ ମୃତ୍ୟୁ ସଂଖ୍ୟା ବଢିବାର ସମ୍ଭାବନା ରହିଛି। ଏତେ ସଂଖ୍ୟକ ମୃତ୍ୟୁର କାରଣ ହେଉଛି ଯେତେବେଳେ ଭୂକମ୍ପ ଘଟିଥିଲା, ଲୋକମାନେ ନିଜ ଘରେ ଶୋଇଥିଲେ ଏବଂ ଘରୁ ବାହାରି ଆସିବାର ସୁଯୋଗ ମଧ୍ୟ ପାଇ ନଥିଲେ। ଏଥିରେ ଶତାଧିକ ଲୋକେ ଆହତ ବି ହୋଇଛନ୍ତି।
କେବଳ ଏତିକି ନୁହେଁ, ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏହାର କମ୍ପନ ଭାରତର ରାଜଧାନୀ ଦିଲ୍ଲୀରେ ମଧ୍ୟ ଅନୁଭୂତ ହୋଇଥିଲା। ଭୂକମ୍ପ କେନ୍ଦ୍ର ୧୦କିଲୋମିଟର ଗଭୀରରେ ଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) କହିଛି। ଜାଜର୍କୋଟ କାଠମାଣ୍ଡୁଠାରୁ ପ୍ରାୟ ୫୦୦ କିଲୋମିଟର ଦୂରରେ ଅବସ୍ଥିତ। ଭୂକମ୍ପ ଅନୁଭୂତ ହେବା ମାତ୍ରେ କାଠମାଣ୍ଡୁର ଲୋକମାନେ ଘରୁ ବାହାରକୁ ଆସିଥିଲେ।