୧୦ ମାସ ହେଲା ପଜିଟିଭ ଆସୁଛି କୋଭିଡ୍‌ ରିପୋର୍ଟ

ଲଣ୍ଡନ,୨୪।୬: କ୍ରମାଗତ ୧୦ ମାସ ହେଲା ୭୨ ବର୍ଷୀୟ ବ୍ରିଟିଶ ନାଗରିକଙ୍କ କୋଭିଡ୍‌ ଟେଷ୍ଟ ରିପୋର୍ଟ ପଜିଟିଭ ଆସୁଛି। କ୍ରମାଗତ ସଂକ୍ରମିତ ହେବାରେ ଏହା ରେକର୍ଡ ବୋଲି ବିଶେଷଜ୍ଞମାନେ ଗୁରୁବାର କହିଛନ୍ତି।

ବ୍ରିଷ୍ଟଲର ଅବସରପ୍ରାପ୍ତ ଡ୍ରାଇଭିଂ ଇନଷ୍ଟ୍ରକ୍ଟର ଡେଭ ସ୍ମିଥ କହିଛନ୍ତି, ଲଗାତାର ୪୩ ଥର ତାଙ୍କ ରିପୋର୍ଟ ପଜିଟିଭ ଆସିଛି। କରୋନା କାରଣରୁ ସେ ୭ ଥର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏପରି କି ନିଜ ଅନ୍ତେଷ୍ଟି ପାଇଁ ମଧ୍ୟ ବ୍ୟବସ୍ଥା କରିସାରିଥିଲେ। ବାରମ୍ବାର ପିଜିଟିଭ ଚିହ୍ନଟ ହେବା ପରେ ଚାକିରିରୁ ଇସ୍ତଫା ଦେବା ସହ ପରିବାରବର୍ଗଙ୍କୁ ପାଖକୁ ଡକାଇ ସାରିଥିଲି ବୋଲି ଏକ ଗଣମାଧ୍ୟମକୁ କହିଛନ୍ତି। ତାଙ୍କ ସହ ହୋମ କ୍ୱାରେଣ୍ଟିନରେ ଥିବା ସ୍ତ୍ରୀ ଲିଣ୍ଡା କହିଛନ୍ତି, ବହୁବାର ତାଙ୍କ ବଞ୍ଚିବା ଆଶା ଆମେ ହରାଇ ସାରିଥିଲୁ। କିନ୍ତୁ ପ୍ରାୟ ବର୍ଷେ ହେଲା ଏହି ପ୍ରକ୍ରିୟା ଚାଲିଛି।

ତେବେ ୧୦ ମାସ ହେଲା ତାଙ୍କ ଶରୀରରେ ଭାଇରସ ସକ୍ରିୟ ରହି ଆସୁଥିବା କହିଛନ୍ତି ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟର ସକ୍ରଂମଣ ରୋଗ ପରାମର୍ଶଦାତା ଇଡି ମୋରାନ। ଆମେରିକାର ବାୟୋଟେକ ଫାର୍ମା କମ୍ପାନୀ ରିଜେନେରନ ଦ୍ୱାରା ପ୍ରସ୍ତୁତ ସିନ୍ଥେଟିକ ଆଣ୍ଟିବଡି ଦ୍ୱାରା ସ୍ମିଥଙ୍କ ଚିକିତ୍ସା କରାଯାଇଥିଲା।

 

Share