ରାଜ୍ୟରେ ସୁସ୍ଥ ହେଲେ ଆଉ ୭୨୮ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ବୁଧବାର ରାଜ୍ୟରୁ ଆଉ ୭୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।
ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୦୩ ଜଣ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୭୩, ସୁନ୍ଦରଗଡ଼ ୬୭, ନୂଆପଡ଼ା ୪୪, କଟକ ୪୨, ବାଲେଶ୍ୱର ୩୭, ବଲାଙ୍ଗୀର ୩୨, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାରୁ ୩୦ ଲେଖାଏ, ସମ୍ବଲପୁର ୨୮, ଷ୍ଟେଟ୍‌ ପୋଲ ୨୬, କେନ୍ଦୁଝର ୨୫, ଅନୁଗୋଳ ୨୪, ବରଗଡ଼ ୨୧, ଝାରସୁଗୁଡ଼ା ୧୭, ଯାଜପୁର ୧୪ ଏବଂ କଳାହାଣ୍ଡିରୁ ୧୪ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି। ଢେଙ୍କାନାଳ ଏବଂ ପୁରୀରୁ ୧୩ ଜଣ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭଦ୍ରକରୁ ୧୧ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଦେବଗଡ଼, ମାଲକାନଗିରି ଏବଂ ନବରଙ୍ଗପୁରରୁ ୧୦ ଜଣ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରୁ ୯, ନୟାଗଡ଼ ଏବଂ ସୋନପୁରରୁ ୭ ଲେଖାଏ, କନ୍ଧମାଳ ୫, ରାୟଗଡ଼ା ୩, କୋରାପୁଟ ୨ ଏବଂ ବୌଦ୍ଧରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୬,୦୦୧ରେ ପହଞ୍ଚିଥିବା ବେଳେ ୩,୦, ୭୩୭୪ ଜଣ ସୁସ୍ଥ ହୋଇଛନ୍ତି। ୬୮୮୭ ଜଣ ଚିକିତ୍ସିତ ହେଉଛନ୍ତି। ୧୬୮୭ ଜଣଙ୍କ ମୃତ୍ୟୁ ଘଟିଛି।

Share