୭୨ତମ ସାଧାରଣତନ୍ତ୍ର ଦିବସ ପାଳନ: ରାଜ୍ୟପାଳ କଲେ ପତାକା ଉତ୍ତୋଳନ

ଭୁବନେଶ୍ୱର,୨୬।୧(ବ୍ୟୁରୋ): ସାରା ଦେଶ ଆଜି ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ଏହି ଅବସରରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସାଧାରଣ ଦିବସ ପାଳିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ଏହାସହ ରାଜ୍ୟସ୍ତରୀୟ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଆଇପିଏସ୍‌ ଏସ୍‌ ସୁଶ୍ରୀଙ୍କ ନେତୃତ୍ୱ ୧୪ଟି କଣ୍ଟିନଜେଣ୍ଟ ପରେଡରେ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, କରୋନା ଯୋଗୁ ଏଥର ପରେଡରେ ଛାତ୍ରୀଛାତ୍ରଙ୍କୁ ଯୋଗ ଦେଇ ନ ଥିଲେ।

 

Share