ଛତ୍ରପୁର,୨୬।୧(ଡି.ଏନ୍.ଏ.)- ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ୭୨ ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଛତ୍ରପୁର ରିଜର୍ଭ ପୋଲିସ ପଡିଆଠାରେ ମଙ୍ଗଳବାର ପାଳନ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା , ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ , ଏସ୍ପି ବ୍ରିଜେଶ ରଏ ପ୍ରମୁଖ ଉପସ୍ଥିତ ରହିଥିଲେ l ୭୨ ତମ ଜନରାଜ୍ୟ ଦିବସ ଅବସରରେ ଏସ୍ପି, ଏଡିଏମ୍, ତହସିଲଦାର,ଏସ୍ଡିପିଓ, ଆଇଆଇସି, ସ୍ବାସ୍ଥ୍ୟକର୍ମୀଙ୍କ ସମେତ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ କୋଭିଡ ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କୋଭିଡ କଟକଣା ପାଇଁ ସୀମିତ ପୋଲିସ ଅଧିକାରୀ ମାନଙ୍କୁ ନେଇ ପରେଡ୍ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ସାଧାରଣଜନତାଙ୍କୁ ବାରଣ କରାଯାଇଥିଲା।