ପାଟଣା,୨୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ କୋଭିଡ ଗାଇଡ ଲାଇନ ମଧ୍ୟରେ ମଙ୍ଗଳବାର ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ମୁଖ୍ୟାଳୟ ସ୍ଥିତ ଷ୍ଟାଡିୟମରେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଧାୟକ ନାଏକ ସମ୍ମିଳିତ ଉଦ୍ୟମରେ ରାଷ୍ଟ୍ରର ସାମଗ୍ରିକ ବିକାଶ ସମ୍ଭବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷ ବିଶ୍ୱନାଥ ନାଏକ, ଉପାଧକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ବିଡିଓ ଈଶ୍ୱର ଚନ୍ଦ୍ର ନାଏକ ପ୍ରମୁଖ ଯୋଗ ଦେଇଥିଲେ। ସେହିଭଳି ପାଟଣା ତହସିଲରେ ତହସିଲଦାର ଶିବପ୍ରଶାଦ ମୁର୍ମୁ, ବ୍ଲକରେ ବିଧାୟକ ନାଏକ,ପାଟଣା ଥାନାରେ ଥାନାଧିକାରୀ ସୋମନାଥ ଜେନା, ତୁରୁମୁଙ୍ଗା ଥାନାରେ ଥାନାଧିକାରୀ ସୁଶାନ୍ତ ମଣୀମହାନ୍ତି,ପାଟଣା ଅଗ୍ନିଶମ କାର୍ଯ୍ୟାଳୟରେ ଷ୍ଟେସନ ମ୍ୟାନେଜର ମନୋରଞ୍ଜନ ମହାନ୍ତ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡା. ଚିତ୍ତରଞ୍ଜନ ନାଏକ ପାଟଣା ମହାବିଦ୍ୟାଳୟରେ ଅଧକ୍ଷା ଜ୍ୟୋତ୍ସ୍ନା ମଞ୍ଜରୀ ତ୍ରିପାଠୀ ଓ ମୁକ୍ତିତୀର୍ଥ କ୍ଲବ ସ୍ବାମରେ ଭାଗୀରଥି ଦାଶ ଜାତୀୟ ପତାକା ଉତ୍ତୋଳନ କରିଥିଲେ।