୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

ପାରଳାଖେମୁଣ୍ଡି,୨୬।୧(ଡିଏନ୍‌.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଷ୍ଟାଡିୟମଠାରେ ଜିଲାସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଓଡ଼ିଶା ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡରେ ଅଭିଭାଦନ ଗ୍ରହଣ କରିଥିଲେ । କରୋନା କଟକଣା ବର୍ତ୍ତମାନ ମଧ୍ୟ ବଳବତ୍ତର ରହିଥିବାରୁ ଜନସାଧାରଣଙ୍କୁ ଷ୍ଟାଡିୟମରେ ଠୁଳ ହେବାକୁ ମନା କରାଯାଇଥିଲା । ଏହି ଅବଶରରେ ବିଭିନ୍ନ କ୍ଷେତ୍ରରେ ଜିଲା ପାଇଁ ଗୌରବ ଆଣିଥିବା ଓ କୃତିତ୍ୱ ହାସଲ କରିଥିବା ଛାତ୍ରୀଛାତ୍ର ଓ ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।