ବମ୍ବେ,୧୬।୩: ମହାରାଷ୍ଟ୍ରର ପିମ୍ପ୍ରି ଚିଞ୍ଚଓ୍ବାଡରେ ଏଚ୍୩ଏନ୍୨ ଭାଇରସର ଆତଙ୍କ ଦେଖିବାକୁ ମିଳିଛି। ଏହି ଭାଇରସ୍ରେ ଗୁରୁବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକଜଣଙ୍କ ୭୩ ବର୍ଷର ହୋଇଥିବା ବେଳେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ପିସିଏମ୍ସିର ଯଶବନ୍ତ ରାଓ ଚୌହ୍ବାନ ମେଡିକାଲ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଥିଲା।
ତେବେ ରାଜ୍ୟରେ ଏଚ୍୩ଏନ୍୨ ଭାଇରସରେ ଏହା ପ୍ରଥମ ମୃତ୍ୟୁ ନୁହେଁ। ବୁଧବାର ସ୍ବାସ୍ଥ୍ୟମନ୍ତ୍ରୀ ତାନାଜୀ ସାଓ୍ବନ୍ତ ବିଧାନସଭାରେ ରାଜ୍ୟରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା କହିଥିଲେ।