Categories: ଜାତୀୟ

ସଙ୍କଟ ସମୟରେ ଅର୍ଥନୀତିକୁ ମଜଭୁତ୍‌ କରିବାକୁ ସମସ୍ତଙ୍କୁ ଏକାଠି ହେବାକୁ ପଡିବ: ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୧: ୭୩ତମ ସାଧାରଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟା ଅର୍ଥାତ୍‌ ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ, ଦେଶ ତଥା ବିଦେଶରେ ରହୁଥିବା ଭାରତର ସମସ୍ତ ଲୋକଙ୍କୁ ମୋର ଶୁଭେଚ୍ଛା! ଏହା ଆମ ସମସ୍ତଙ୍କୁ ଏକତା ସୁତ୍ରରେ ବାନ୍ଧି ରଖିବାର ଏକ ଉତ୍ସବ। ୧୯୫୦ ମସିହାରେ ଏହି ଦିନ ଆମ ସମସ୍ତଙ୍କର ଏହି ଗୌରବଶାଳୀ ପରିଚୟ ଆମକୁ ପ୍ରାପ୍ତ ହୋଇଥିଲା।
ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି କହିଛନ୍ତି, ମାନବ ସମାଜ ଆଜି ଯେପରି ପରସ୍ପରର ସାହାଯ୍ୟ ଆବଶ୍ୟକ କରୁଛି, ତାହା ପୂର୍ବରୁ କେବେ ଘଟି ନ ଥିଲା। ଦୁଇ ବର୍ଷରୁ ଅଧିକ ସମୟ ବିତିଯାଇଛି କିନ୍ତୁ କରୋନା ଭାଇରସ ବିରୋଧରେ ମାନବିକତାର ସଂଗ୍ରାମ ଏବେ ବି ଜାରି ରହିଛି। ହଜାର ହଜାର ଲୋକ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି। ସମଗ୍ର ବିଶ୍ୱ ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଛି। ବିଶ୍ୱ ସମୁଦାୟ ଅଦ୍ୟାବଧି ବିପଦର ସମ୍ମୁଖୀନ ହୋଇଛି।ମୁଁ ଗର୍ବିତ ଅନୁଭବ କରୁଛି ଯେ ଆମେ କରୋନା ବିରୋଧରେ ଅସାଧାରଣ ନିଷ୍ଠା ଏବଂ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିଛୁ। ମହାମାରୀର ପ୍ରଭାବ ଏବେ ବି ବ୍ୟାପକ, ଆମକୁ ସଜାଗ ରହିବାକୁ ପଡିବ। ସଙ୍କଟର ଏହି ସମୟରେ, ଆମେ ଦେଖିଛୁ ଯେ ଆମ ଦେଶବାସୀ କିପରି ଗୋଟିଏ ପରିବାର ପରି ଯୋଡି ହୋଇ ଅଛନ୍ତି। ଏହି କାରଣରୁ ଆମର ଅର୍ଥନୀତି ପୁନର୍ଜୀବିତ ହୋଇଛି। ପ୍ରତିକୂଳ ପରିସ୍ଥିତିରେ ଭାରତର ସ୍ଥିରତା ଅର୍ଥନୀତିର ଏକ ପ୍ରମାଣ। ସାଧାରଣତନ୍ତ୍ର ଦିବସର ଏହି ଦିନ ମଧ୍ୟ ସେହି ମହାନ ବୀରମାନଙ୍କୁ ସ୍ମରଣ କରିବାର ଏକ ସୁଯୋଗ ବୋଲି ରାଷ୍ଟ୍ରପତି କହିଛନ୍ତି।

Share