ୟାସ୍‌ ପାଇଁ ୭୪ ଟ୍ରେନ୍‌ ବାତିଲ

ଭୁବନେଶ୍ୱର,୨୨ା୫: ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ କୁ ନଜରରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ପ୍ରାୟ ୭୪ ଟ୍ରେନ୍‌ ବାତିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବତଟ ରେଳପଥ ପରିସରରେ ଭୁବନେଶ୍ୱର ଏବଂ ପୁରୀ ଭଳି ସ୍ଥାନରୁ ଯାତ୍ରା ଆରମ୍ଭ କରୁଥିବା ଏବଂ ଗନ୍ତବ୍ୟସ୍ଥଳ ଟ୍ରେନ ସମେତ ହାଓଡା-ଚେନ୍ନାଇ ମେନ୍‌ ଲାଇନରେ ଚଳାଚଳ କରୁଥିବା ବିଭିନ୍ନ ଟ୍ରେନ ଏହା ମଧ୍ୟରେ ସାମିଲ ରହିଛି। ପ୍ରମୁଖ ଟ୍ରେନ ମଧ୍ୟରେ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ପେଶାଲ, ଭୁବନେଶ୍ୱର-ହାଓଡା ଜନଶତାଦ୍ଦୀ ସ୍ପେଶାଲ, ପୁରୀ-ନୂଆଦିଲ୍ଲୀ ସ୍ପେଶାଲ, ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ସ୍ପେଶାଲ, ହାଓଡା-ପୁରୀ-ହାଓଡା ସ୍ପେଶାଲ, ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ସ୍ପେଶାଲ ଏବଂ ପୁରୀ-ରିଷିକେଶ କଳିଙ୍ଗ ଉତ୍କଳ ସ୍ପେଶାଲ ଟ୍ରେନ୍‌ ରହିଛି। ସେହିଭଳି ପୁରୀରୁ ବାହାରି ଅହମ୍ମଦାବାଦ, ସୁରଟ ଏବଂ ଆଜମେର ଯାଉଥିବା ଟ୍ରେନ୍‌ ଏହା ମଧ୍ୟରେ ସାମିଲ ରହିଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ରହିଛି।

Share