Categories: ଜାତୀୟ

ବୃଦ୍ଧଙ୍କୁ ଫ୍ରିଜ୍‌ରେ ରଖି ପରିବାର ଲୋକେ ମୃତ୍ୟୁକୁ କରିଥିଲେ ଅପେକ୍ଷା: ଆଉ ତାପରେ…

ଚେନ୍ନାଇ, ୧୫।୧୦: ତାମିଲନାଡ଼ୁର ସାଲେମ ଜିଲାରୁ ୭୪ ବର୍ଷୀୟ ଜଣେ ବୃଦ୍ଧଙ୍କୁ ଜୀବିତ ଅବସ୍ଥାରେ ଫ୍ରିଜ୍‌ ମଧ୍ୟରୁ ଉଦ୍ଧାର କରାଯାଇଛି। ସେ ହେଲେ ବାଲ ସୁବ୍ରମଣ୍ୟମ କୁମାର। ସୂଚନାଯୋଗ୍ୟ, ନିକଟରେ ସୁବ୍ରମଣ୍ୟମ ହସ୍ପିଟାଲରୁ ଘରକୁ ଫେରିଥିଲେ। ଏହାପରେ ତାଙ୍କ ଭାଇ ଏକ ଫ୍ରିଜକୁ ଏଜେନ୍ସିରୁ ଭଡ଼ାରେ ଆଣିଆଣିଲେ। ପରିବାର ଲୋକେ ତାଙ୍କର ମୃତ୍ୟୁ ଚାହଁୁଥିଲେ। ତେଣୁ ବାଲ ସୁବ୍ରମଣ୍ୟମଙ୍କୁ ସାରା ରାତି ଫ୍ରିଜ୍‌ରେ ପୁରାଇ ରଖିଥିଲେ। ଏହା ଜଣାପଡ଼ିବା ପରେ ବୃଦ୍ଧଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କର ମୃତ୍ୟୁ ହୋଇସାରିଥିବା ପରିବାର ଲୋକ ମିଛ କହି ଫ୍ରିଜ୍‌ରେ ରଖିଥିବା ଜଣାପଡ଼ିଛି। ଏ ନେଇ ପୋଲିସ ଉକ୍ତ ପରିବାରଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଛି।

Share