Categories: ବାଣିଜ୍ୟ

ଭିଆଇଟିରୁ ୭୪୦୩ ନିଯୁକ୍ତି ଅଫର

ନୂଆଦିଲ୍ଲୀ,୩୧।୧୨: ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଟାନ ଭେଲୋର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି (ଭିଆଇଟି) କ୍ୟାମ୍ପସରୁ ୭୪୦୩ ଜଣ ଛାତ୍ରୀଛାତ୍ରଙ୍କୁ ୩୮୨ କମ୍ପାନୀ ନିଯୁକ୍ତି ଅଫର ଦେଇଛନ୍ତି। କରୋନା ମହାମାରୀ କାରଣରୁ ଭିଆଇଟିର ବିଭିନ୍ନ କ୍ୟାମ୍ପସର ଛାତ୍ରୀଛାତ୍ରମାନେ ଭର୍ଚୁଆଲ ମୋଡ୍‌ରେ କ୍ୟାମ୍ପସରେ ଅଂଶ ଗ୍ରହଣ କରିଥିଲେ। ଏହି ସମସ୍ତ ନିଯୁକ୍ତି ଅଫର ପାଇଥିବା ପିଲାଙ୍କ ମଧ୍ୟରୁ ୪୫୦୩ ଜଣ ଛାତ୍ରୀଛାତ୍ର ବିଭିନ୍ନ କମ୍ପାନୀରେ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି କମ୍ପାନୀ ଗୁଡିକ ମଧ୍ୟରେ କନ୍‌ଗିଜାଣ୍ଟ, ଇନ୍‌ଫୋସିସ୍‌ ଏବଂ ଟିସିଏସ୍‌ ରହିଛନ୍ତି। ଏହି ୩ ପ୍ରମୁଖ ଆଇଟି କମ୍ପାନୀ ତାଙ୍କର ବାର୍ଷିକ କ୍ୟାମ୍ପସ ଚୟନ ପ୍ରଣାଳୀ ଅବଲମ୍ବନ ସହ ଭିଆଇଟିର ସମସ୍ତ ୪ଟି କ୍ୟାମ୍ପସ ( ଚେନ୍ନାଇ, ଅମରାବତୀ, ଭେଲୋର ଏବଂ ଭୋପାଳ)ର ଛାତ୍ରୀଛାତ୍ରମାନେ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ଉକ୍ତ କମ୍ପାନୀର ଫଳାଫଳ ସମ୍ପର୍କରେ ଭିଆଇଟିର ଚାନ୍‌ସେଲର ଡ. ଜି. ବିଶ୍ୱନାଥନ ୩୫୧୭ ଛାତ୍ରୀଛାତ୍ରଙ୍କୁ ନିଯୁକ୍ତିପତ୍ର ବିଷୟରେ ସୂଚନା ଦେଇଛନ୍ତି।

Share