ମହଙ୍ଗା ପଡିଲା ଭକ୍ତଙ୍କ ପାଇଁ ମନ୍ଦିର ଖୋଲିବା: ୭୪୩ କର୍ମଚାରୀ କରୋନା ସଂକ୍ରମିତ

ତିରୁପତି,୧୦।୮: କରୋନା ମାହାମାରୀ ବେଳକୁ ବେଳ ତା’ର କାୟା ବିସ୍ତାର କରି ଚାଲିଛି। ଦୀର୍ଘ ୨ ମାସର ଲକ୍‌ଡାଉନ ପରେ ଏବେ ଏଥିରେ କିଛିଟା କୋହଳ କରାଯିବା ସହ ଅନ୍‌ଲକରେ ପ୍ରାୟ ସମସ୍ତ ସ୍ଥାନକୁ ସର୍ବସାଧାରଣ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯାଇଛି। ସାମାଜିକ ଦୂଚତାକୁ କଡା କଡି କରାଯାଇଥିଲେ ମଧ୍ୟ ଅନେକ ସ୍ଥାନରେ ଲୋକେ ଏହାକୁ ବେଖାତିର କରୁଥିବା ଦେଖାଯାଇଛି। ମିଳିଥିବା ସୂଚନାରୁ ଜଣାପଡିଛି କି ତିରୁମାଲା ତିରୁପତି ଦେବସ୍ଥାନମର ପ୍ରାୟ ୭୪୩ ଜଣ ମନ୍ଦିର କର୍ମଚାରୀ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି। ତେବେ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ଦ୍ୱାର ଖୋଲିଦେବା ପରେ ଏଭଳି ଘଟଣା ସାମ୍ନାକୁ ଆସିଛି। ତିରୁମାଲା ତିରୁପତି ଦେବସ୍ଥାନମର ଏକ୍ସଜ୍ୟୁକିଟିଭ ଅଫିସର ଅନିଲ କୁମାର ସିଂ କହିଛନ୍ତି ଜୁନ୍‌ ୧୧ରେ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲି ଦିଆଯାଇଥିଲା। ସେବେଠାରୁ ଏପର୍ଯ୍ୟନ୍ତ ମନ୍ଦିରର ୭୪୩ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇ ସାରିଲେଣି। ଅବଶ୍ୟ ସେମାନଙ୍କ ମଧ୍ୟରୁ ୪୦୨ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି।

Share