ଭୁବନେଶ୍ୱର,୧୦ା୯(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୭୪୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୧୫,୦୮୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୪୩୫ ଜଣ ଚିହ୍ନଟ ହୋଇଥିବା ବେଳେ ୩୧୦ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୨୦, ମୟୂରଭଞ୍ଜ ଏବଂ ବାଲେଶ୍ୱରରୁ ୩୨ ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ଅନୁଗୋଳରୁ ୧୦, ବରଗଡ଼ ୧୧, ଭଦ୍ରକ ୯, ଦେବଗଡ଼ ୬, ଢେଙ୍କାନାଳ ୯, ଗଞ୍ଜାମ ୩, ଜଗତସିଂହପୁର ୧୮, ଯାଜପୁର ୨୭, କନ୍ଧମାଳ ୩, କେନ୍ଦ୍ରାପଡ଼ା ୧୮, କେନ୍ଦୁଝର ୫, କୋରାପୁଟ ୧, ମାଲକାନଗିରି ୧, ନବରଙ୍ଗପୁର ୪, ନୟାଗଡ଼ ୧୧, ନୂଆପଡ଼ା ୨, ପୁରୀ ୧୭, ରାୟଗଡ଼ା ୨, ସମ୍ବଲପୁର ୧୦, ସୋନପୁରରୁ ୧ ଏବଂ ସୁନ୍ଦରଗଡ଼ରୁ ୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲ୍ ସଂଖ୍ୟା ରହିଛି ୭୨।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟ ୧୦,୧୫,୦୮୩ରେ ପହଞ୍ଚିଥିବା ବେଳେ ୯,୯୯,୮୫୯ଜଣ ସୁସ୍ଥ ହୋଇଛନ୍ତି। ୭୦୮୭ ଜଣ ଚିକିିତ୍ସିତ ହେଉଛନ୍ତି।