Advertisement

ବରଗଡ଼ ଜିଲାରେ ୭୫.୯୭ ପ୍ରତିଶତ ମତଦାନ: ଭଟଲିରେ ସର୍ବାଧିକ, ଅତାବିରାରେ ସର୍ବନିମ୍ନ

ବରଗଡ଼,୨୧।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ମତଦାନ ପ୍ରକ୍ରିୟା ସରିଛି । ଖରା,ତ ାତି ସତ୍ତ୍ବେ ମତଦାନ କେନ୍ଦ୍ର ଗୁଡିକରେ ଏଥର ମତଦାତାଙ୍କ ଲମ୍ବା ଧାଡ଼ି ରହିଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଏଥର ଜିଲାରେ ୭୫.୯୭ ପ୍ରତିଶତ ମତଦାନ ହୋଇଛି। ଜିଲାର ଭଟଲି ବିଧାନସଭା ର୍ନିବାଚନ ମଣ୍ଡଳୀରେ ସର୍ବାଧିକ ୭୯.୨୩ ପ୍ରତିଶତ ଏବଂ ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବନିମ୍ନ ୭୪ ପ୍ରତିଶତ ମତଦାନ ହୋଇଛି।ସେହିପରି ପଦ୍ମପୁରରେ ୭୫.୧୨, ବିଜେପୁରରେ ୭୭.୨୦ ଏବଂ ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୭୪.୨୦ ପ୍ରତିଶତ ମତଦାନ ହୋଇଥିଲା ଜଣାପଡ଼ିଛି। ମତଦାନ ସରିବା ପରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀଙ୍କ ଅଙ୍କକଷା ଆରମ୍ଭ ହୋଇ ଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share