Categories: ବାଣିଜ୍ୟ

ଜାରି ହେବ ୭୫ ଟଙ୍କିଆ ମୁଦ୍ରା

ନୂଆଦିଲ୍ଲୀ,୨୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୮ରେ ପାର୍ଲାମେଣ୍ଟର ନୂଆ ବିଲ୍ଡିଂକୁ ଉଦ୍‌ଘାଟନ କରିବେ। ଏହି ଅବସରରେ କେନ୍ଦ୍ର ସରକାର ଏକ ୭୫ ଟଙ୍କିଆ ମୁଦ୍ରା ଜାରି କରିବାକୁ ଯାଉଛନ୍ତି। ଅର୍ଥ ମନ୍ତ୍ରଣାଳୟ ଅଧୀନ ଆର୍ଥିକ ବ୍ୟାପାର ବିଭାଗର ଗ୍ୟାଜେଟ୍‌ ବିଜ୍ଞପ୍ତି ଅନୁସାରେ ଏହି ନୂଆ ମୁଦ୍ରାର ଓଜନ ୩୪.୬୫ରୁ ୩୫.୩୫ ଗ୍ରାମ୍‌ ରହିବ। ମୁଦ୍ରାର ଗୋଟିଏ ପାର୍ଶ୍ୱରେ ଅଶୋକ ସ୍ତମ୍ଭର ସିଂହ ରହିବ। ମଝିରେ ଦେବନାଗରୀ ଭାଷାରେ ‘ଭାରତ’ ଏବଂ ଇଂଲିଶ୍‌ରେ ‘ଇଣ୍ଡିଆ’ ଉଲ୍ଲେଖ କରାଯିବ। ଏହା ତଳକୁ ଭାରତୀୟ ମୁଦ୍ରାର ପ୍ରତୀକ ‘?’ ସହ ବିନିମୟ ମୂଲ୍ୟ ‘୭୫’ ଉଲ୍ଲେଖ ରହିବ। ଅନ୍ୟ ପାର୍ଶ୍ୱରେ ପାର୍ଲମେଣ୍ଟ କମ୍ପ୍ଲେକ୍ସ ଏବଂ ବର୍ଷ ‘୨୦୨୩’ ରହିବ।

Share