ରାଜଧାନୀରେ ଖସୁଛି କରୋନା ଗ୍ରାଫ୍‌: ଆଜି ୭୫ ଚିହ୍ନଟ, ସୁସ୍ଥ ହେଲେ ୧୪୨

ଭୁବନେଶ୍ୱର,୪ା୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଏହି କିଛିଦିନ ହେବ ଲଗାତର କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଏପରିକି ଶହେ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି।

ବୁଧବାର ରାଜଧାନୀରୁ ୭୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୪ ଜଣ ଚିହ୍ନଟ ହୋଇଥିବା ବେଳେ ୬୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିପରି ୧୪୨ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଟୁଇଟ୍‌ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)।


ସୂଚନାଯୋଗ୍ୟ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯,୪୫୪ରେ ପହଞ୍ଚିଥିବା ବେଳେ ୨୮,୨୮୦ ଜଣ ସୁସ୍ଥ ହୋଇଛନ୍ତି। ୯୮୧ ଜଣ ଚିକିତ୍ସିତ ହେଉଛନ୍ତି। ୧୭୨ ଜଣଙ୍କ ମୃତ୍ୟୁ ଘଟିଛି।

Share