ନୂଆ ରୂପ ନେବ ୭୫ ଭାରତୀୟ ଗ୍ରାମ

ଜେରୁଜେଲମ୍‌,୧୨।୫: ସ୍ବାଧୀନତାର ୭୫ତମ ବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ୭୫ଭାରତୀୟ ଗ୍ରାମକୁ ଇସ୍ରାଏଲ୍‌ ସହଯୋଗରେ ନୂଆ ରୂପ ଦିଆଯିବ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି। କୃଷି କ୍ଷେତ୍ରରେ ଦୁଇ ଦେଶର ସହଯୋଗ ନୂତନ ସ୍ତରରେ ପହଞ୍ଚିଛି। ୪ ଦିନିଆ ଇସ୍ରାଏଲ୍‌ ଗସ୍ତରେ ଥିବା ତୋମାର ବୁଧବାର ସେଠାର ପାର୍ଲାମେଣ୍ଟରେ ପ୍ରତିପକ୍ଷ ଓଡେଡ୍‌ ଫୋରେର୍‌ଙ୍କୁ ଭେଟି ଆଧୁନିକ କୃଷି ପ୍ରଯୁକ୍ତି, ସାମର୍ଥ୍ୟ ନିର୍ମାଣ, ଜ୍ଞାନକୌଶଳ ଆଦାନପ୍ରଦାନ, କୃଷିକ୍ଷେତ୍ରକୁ ସହାୟତା, ଜଳ ପରିଚାଳନା, ପରିବେଶ ଓ ଗ୍ରାମାଞ୍ଚଳ ବିକାଶ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

Share