Posted inଜାତୀୟ

ବିଶ୍ୱରେ ୭୫ ଲକ୍ଷ ଟିବି ଆକ୍ରାନ୍ତ : ନିରାକରଣରେ ଓଡ଼ିଶା ଦ୍ବିତୀୟ

ଜେନେଭା,୯ା୧୧: ୨୦୨୨ରେ ବିଶ୍ୱର ପ୍ରାୟ ୭.୫ ନିୟୁତ (୭୫ ଲକ୍ଷ) ଲୋକ ଯକ୍ଷ୍ମାରୋଗରେ ଆକ୍ରାନ୍ତ ହୋଇଥିଲେ। ଟ୍ୟୁବରକୁଲୋସିସ୍‌ (ଟିବି)କୁ ନେଇ ୧୯୯୫ରେ ତଥ୍ୟ ସଂଗ୍ରହ ଆରମ୍ଭ ହେବା ପରଠୁ ଏହା ସର୍ବାଧିକ ବୋଲି ବୁଧବାର ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଜାରି ୨୦୨୩ ଗ୍ଲୋବାଲ ଟିବି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
୧୯୨ଟି ଦେଶ ଓ ଭୂଖଣ୍ଡରୁ ସଂଗୃହୀତ ତଥ୍ୟକୁ ଭିତ୍ତିକରି ପ୍ରକାଶ ପାଇଥିବା ଉକ୍ତ ରିପୋର୍ଟ ଅନୁସାରେ ଏତେ ସଂଖ୍ୟକ ଲୋକ ଟିବି ଆକ୍ରାନ୍ତ ହୋଇଥିଲେ ମଧ୍ୟ ଅନେକ ରାଷ୍ଟ୍ରରେ ସ୍ବାସ୍ଥ୍ୟସେବା ସମ୍ପର୍କିତ ନିୟମ ଯୋଗୁ ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। କୋଭିଡ୍‌-୧୯ ମହାମାରୀ ଯୋଗୁ ଅଚଳାବସ୍ଥା ସୃଷ୍ଟି ହେବା ପରେ ୨୦୨୨ରେ ଟିବି ନିଦାନ ଓ ଚିକିତ୍ସାରେ ଉନ୍ନତି ଆସିଥିଲା। ଫଳରେ ସାରା ବିଶ୍ୱରେ ଟିବି ରୋଗୀଙ୍କ ଆରୋଗ୍ୟ ହାର ମଧ୍ୟ ବଢ଼ିଥିଲା। ତେବେ ନୂଆ ଲକ୍ଷ୍ୟ ହାସଲ ପାଇଁ ତ୍ୱରିତ ଉଦ୍ୟମର ଆବଶ୍ୟକତା ରହିଥିବା ଏଥିରେ କୁହାଯାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୨୦ ଓ ୨୦୨୧ରେ ନୂଆକରି ଟିବି ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ହ୍ରାସ ପାଇଥିଲା। ସେମାନଙ୍କ ମଧ୍ୟରୁ ୬୦% ଭାରତ, ଇଣ୍ଡୋନେସିଆ ଓ ଫିଲିପାଇନ୍ସର। ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଟେଡ୍‌ଡ୍ରୋସ୍‌ ଆଧାନୋମ୍‌ ଘେବ୍ରେୟେସସ୍‌ ଏନେଇ ଏକ ବିବୃତିରେ କହିଛନ୍ତି, ଆମ ପୂର୍ବପୁରୁଷମାନେ ଅନେକ ଶତାବ୍ଦୀ ଧରି ଟିବିରେ ପଡ଼ି ପ୍ରାଣ ହରାଇଥିଲେ। ଏହି ରୋଗ ସମ୍ପର୍କରେ ସେମାନଙ୍କ କୌଣସି ଧାରଣା ନ ଥିଲା। ଟିବିର କାରଣ ଓ ନିରାକରଣ ସମ୍ପର୍କରେ ସେମାନେ ଅଜ୍ଞ ଥିଲେ। ଆଜି ଆମ ପାଖରେ ଜ୍ଞାନ ଓ ସାଧନ ଅଛି, ଯାହା ସମ୍ପର୍କରେ ପୂର୍ବରୁ ଆମେ କଳ୍ପନା ମଧ୍ୟ କରିପାରୁ ନ ଥିଲେ। ଆମ ନିକଟରେ ରାଜନୈତିକ ପ୍ରତିଶ୍ରୁତିବଦ୍ଧତା ରହିଛି। ଆମେ ଏପରି ଏକ ସୁଯୋଗ ପାଇଛେ, ଯାହା ମାନବ ଜାତିର ଇତିହାସରେ କେବେ ମିଳି ନ ଥିଲା ବୋଲି ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ କହିଛନ୍ତି।
ସାରା ବିଶ୍ୱରେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ୨୦୨୨ରେ ୧୦.୬ ନିୟୁତ ଲୋକଙ୍କ ମୃତ୍ୟୁ ଘଟିଥିଲା, ଯାହାକି ୨୦୨୧ର ୧୦.୩ ନିୟୁତଠାରୁ ଅଧିକ। ୨୦୨୨ରେ ଭୌଗୋଳିକ ଦୃଷ୍ଟିରୁ ଟିବି ସଂକ୍ରମିତ ହୋଇଥିବା ଅଧିକାଂଶ ଲୋକ ଡବ୍ଲ୍ୟୁଏସ୍‌ଓ ରିଜିୟନ୍ସ ଅଫ୍‌ ସାଉଥ୍‌-ଇଷ୍ଟ୍‌ ଏସିଆ (୪୬%), ଆଫ୍ରିକା (୨୩%) ଓ ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର (୧୮%) ଥିଲେ। ପୂର୍ବ ଭୂମଧ୍ୟସାଗରୀୟ ଅଞ୍ଚଳରେ (୮.୧%), ଆମେରିକାସ୍‌ (୩.୧%) ଏବଂ ୟୁରୋପରେ ସର୍ବନିମ୍ନ ୨.୨ ପ୍ରତିଶତ ଲୋକ ଟିବିରେ ଆକ୍ରାନ୍ତ ହୋଇଥିଲେ। ୨୦୨୨ରେ ଟିବିଜନିତ (ଏଚ୍‌ଆଇଭି ସଂକ୍ରମିତଙ୍କ ସମେତ) ମୋଟ ମୃତ୍ୟୁସଂଖ୍ୟା ୧.୩ ନିୟୁତ ରହିଥିଲା, ଯାହାକି ୨୦୨୧ର ୧.୪ ନିୟୁତ ତୁଳନାରେ କମ୍‌। ୨୦୨୦-୨୦୨୨ ସମୟରେ କୋଭିଡ୍‌-୧୯ ଯୋଗୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅଚଳାବସ୍ଥା ଦେଖାଦେଇଥିଲା। ଫଳରେ ପୂର୍ବ ତୁଳନାରେ ପ୍ରାୟ ୫୦ ଲକ୍ଷ ଅଧିକ ଲୋକଙ୍କ ଟିବି ମୃତ୍ୟୁ ଘଟିଥିଲା। ଏଚ୍‌ଆଇଭିଠାରୁ ମଧ୍ୟ ଏହା ଅଧିକ ଘାତକ ପ୍ରମାଣିତ ହୋଇଥିଲା।
ମଲ୍ଟିଡ୍ରଗ୍‌-ରେଜିଷ୍ଟାଣ୍ଟ ଟିବି (ଏମ୍‌ଡିଆର୍‌-ଟିବି) ଏକ ଜନସ୍ବାସ୍ଥ୍ୟ ସଙ୍କଟ ଭାବେ ଛିଡ଼ା ହୋଇଛି। ୨୦୨୨ରେ ପ୍ରାୟ ୪୧୦,୦୦୦ ଲୋକ ମଲ୍ଟିଡ୍ରଗ-ରେଜିଷ୍ଟାଣ୍ଟ ବା ରିଫାମ୍ପିସିନ୍‌-ରେଜିଷ୍ଟାଣ୍ଟ ଟିବି (ଏମ୍‌ଡିଆର୍‌/ଆର୍‌ଆର୍‌-ଟିବି) ରୋଗରେ ସଂକ୍ରମିତ ହୋଇଥିଲେ। ସୋମନଙ୍କ ମଧ୍ୟରୁ ପ୍ରତି ୫ ଜଣରେ ଜଣେ ଚିକିତ୍ସା ସୁବିଧା ପାଇପାରିଥିଲେ। ତେବେ ଟିବି ନିଦାନ ବ୍ୟବସ୍ଥା, ଔଷଧ ଓ ଟିକା ବିକଶିତ ହେବା ପରେ ଏହି କ୍ଷେତ୍ରରେ କିଛି ଉନ୍ନତି ପରିଲକ୍ଷିତ ହୋଇଛି। ଏହାସତ୍ତ୍ୱେ ଏଭଳି ଚିକିତ୍ସାରେ ସୁଧାର ଆଣିବା ଲାଗି ଉପଯୁକ୍ତ ନିବେଶ ହୋଇପାରୁ ନାହିଁ। ୨୦୧୮ରେ ରଖାଯାଇଥିବା ଲକ୍ଷ୍ୟ ୨୦୨୨ରେ ପୂରଣ ହୋଇ ନ ଥିଲା। ୨୦୧୫ରୁ ୨୦୨୨ ମଧ୍ୟରେ ଟିବିଜନିତ ମୃତ୍ୟୁରେ ୧୯% ହ୍ରାସ ଘଟିଥିଲା। ୨୦୨୫ ସୁଦ୍ଧା ୭୫% ଟିବିମୃତ୍ୟୁ କମ୍‌ କରିବା ପାଇଁ ଧାର୍ଯ୍ୟ ଲକ୍ଷ୍ୟ ବହୁ ଦୂରରେ ରହିଥିବା ଏଥିରୁ ବୁଝାପଡ଼ୁଛି।

ନିରାକରଣରେ ଓଡ଼ିଶା ଦ୍ବିତୀୟ

ଯକ୍ଷ୍ମା ବା ଟିବି ରୋଗ ନିରାକରଣରେ ସାରା ଦେଶରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି। ଇଣ୍ଡିଆ ଟିବି ରିପୋର୍ଟ ୨୦୨୩ ଅନୁସାରେ ୫୦ଲକ୍ଷ ଉପରେ ଲୋକସଂଖ୍ୟା ଥିବା ରାଜ୍ୟ ମଧ୍ୟରେ ହିମାଚଳପ୍ରଦେଶ ପ୍ରଥମ ସ୍ଥାନରେ ଥିବାବେଳେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ଗତବର୍ଷ ଓଡ଼ିଶା ତୃତୀୟ ସ୍ଥାନରେ ଥିଲା। ରୋଗ ଚିହ୍ନଟ ପାଇଁ ଆନୁଆଲ ସ୍କ୍ରିନିଂ କରିବାରେ ଓଡ଼ିଶା ବହୁ ଉପରକୁ ଯାଇଛି। ୨୦୧୮ରେ ୨.୬ଲକ୍ଷ ଲୋକଙ୍କ ସ୍କ୍ରିିନିଂ କରାଯାଇଥିବାବେଳେ ୨୦୨୨ରେ ତାହା ୧୨ଲକ୍ଷ ଟପିଯାଇଥିଲା। ତେବେ ଏଥିମଧ୍ୟରୁ ୬୦ହଜାର ଟିବି ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସ୍ବାସ୍ଥ୍ୟ ବିଭାଗର ସୂଚନାନୁସାରେ, ୨୦୧୮ରେ ୨,୬୭,୩୧୧ ନମୁନା ପରୀକ୍ଷା ହୋଇଥିବାବେଳେ ୪୮,୪୯୦ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨,୬୨୬ ଜଣଙ୍କ ମୃତ୍ୟୁ ଘଟିଥିଲା। ରାଜ୍ୟ ସରକାରଙ୍କ ବଳିଷ୍ଠ ପଦକ୍ଷେପ ଯୋଗୁ ନମୁନା ପରୀକ୍ଷା ବଢ଼ିବା ସହିତ ଉତ୍ତମ ସ୍ବାସ୍ଥ୍ୟସେବା ସୁବିଧା ଯୋଗୁ ମୃତ୍ୟୁହାର ମଧ୍ୟ କମିଛି। ୨୦୨୨ରେ ୧୨,୦୫,୨୦୪ ନମୁନା ପରୀକ୍ଷା ହୋଇଥିଲା। ସେଥିମଧ୍ୟରୁ ୬୦,୪୩୯ଜଣଙ୍କ ଠାରେ ପିଜିଟିଭ୍‌ ଚିହ୍ନଟ ହୋଇଥିଲା ଏବଂ ୨,୬୮୮ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୧୮ରେ ମୃତ୍ୟୁହାର ୫.୪% ଥିବାବେଳେ ୨୦୨୨ରେ ତାହା ୪.୪% ହୋଇଯାଇଛି। ରାଜ୍ୟରେ ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ ଏବଂ କନ୍ଧମାଳରେ ଏହି ରୋଗୀ ଅଧିକ ଚିହ୍ନଟ ହେଉଛନ୍ତି। ତେବେ ରାଜ୍ୟକୁ ଯକ୍ଷ୍ମା ମୁକ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। କିପରି ଶୀଘ୍ର ଚିହ୍ନଟ ହୋଇପାରିବ ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ ସବୁ ବ୍ଲକ୍‌ରେ ମଲିକ୍ୟୁଲାର ଡାଇଗ୍ନୋଷ୍ଟିକ୍‌ ସୁବିଧା କରିବା ପାଇଁ ଯୋଜନା କରିଛି। ସେହିଭଳି ୫୬୫ ମଡେଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଟିବି ଡାଇଗ୍ନୋଷ୍ଟିକ ସେଣ୍ଟର ସ୍ଥାପନ କରିବା ଏବଂ ଟିବି ଆକ୍ଟିଭିଟି ଅଧିକ କରିବା ପାଇଁ ମଧ୍ୟ ବିଭାଗ ଏବେ କାର୍ଯ୍ୟ କରୁଛି। ୨୦୨୫ ସୁଦ୍ଧା ଓଡ଼ିଶାକୁ ସମ୍ପୂର୍ଣ୍ଣ ଯକ୍ଷ୍ମା ମୁକ୍ତ କରିବାକୁ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେଉଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋମାଞ୍ଚକ ମ୍ୟାଚରେ ପଞ୍ଜାବ ବିଜୟୀ, ମାତ୍ର ୯୫ ସ୍କୋରରେ କୋଲକାତା ଅଲଆଉଟ୍‌

ଚଣ୍ଡିଗଡ଼,୧୫ା୪: ଚଳିତ ଆଇପିଏଲ୍‌ରେ ମଙ୍ଗଳବାର ଖେଳାଯାଇଥିବା ଏକ ରୋମାଞ୍ଚକ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ୧୬ ରନରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ପରାସ୍ତ କରିଛି। ପଞ୍ଜାବ...

ପମ୍ପ ହାଉସ ତାର ଚୋରୀ ଅଭିଯୋଗରେ ୨ ଗିରଫ

ଭଞ୍ଜନଗର,୧୫/୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର, ଜଗନ୍ନାଥପ୍ରସାଦ ଓ ପୋଲସରା ବ୍ଲକର ବିଭିନ୍ନ ପମ୍ପ ହାଉସରୁ ବିଦ୍ୟୁତ୍ ତାର କାଟି ନେବା ଅଭିଯୋଗରେ ଭଞ୍ଜନଗର ପୋଲିସ ମଙ୍ଗଳବାର...

ଲଭର୍‌ ବଏ ଲୁକ୍‌ରେ ମାହି, ହାତରେ ଲାଲ୍‌ ହୃଦୟ ବେଲୁନ୍‌ ଧରି କହୁଛନ୍ତି ଡାଏଲଗ୍‌; ଅଭିନୟରେ କରିବେ ଡେବ୍ୟୁ!

ମୁମ୍ବାଇ: କ୍ରିକେଟର ଥାଲାଇଭା ଅର୍ଥାତ ମହେନ୍ଦ୍ର ସିଂ ଧୋନୀଙ୍କୁ କିଏ ବା ଭଲ ନ ପାଏ। କେହି କ୍ରିକେଟ ପ୍ରଶଂସକ ହୁଅନ୍ତୁ କି ନ ହୁଅନ୍ତୁ,...

ଆକ୍ରମଣ ମାମଲା: ଜଣେ ଅଭିଯୁକ୍ତ ଜେଲ ଗଲେ

ଦିଗପହଣ୍ଡି, ୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ଖାରିଗୁଡ଼ା ଗ୍ରାମ ଦଣ୍ଡନାଚ ମେରୁଯାତ୍ରାରେ ସୋମବାର କମେଣ୍ଟ ମରାକୁ କେନ୍ଦ୍ରକରି ଆକ୍ରମଣ...

କଇଁଛ ଶାବକଙ୍କ ସୁରକ୍ଷା ପାଇଁ ବେଳାଭୂମିରେ ସ୍ବେଚ୍ଛାସେବୀ ଟିମ୍‌

ଗଞ୍ଜାମ,୧୫ା୪(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିର ବାଲୁକା ଶଯ୍ୟାରେ ବେବି ଅଲିଭ ରିଡଲେ ଅଣ୍ଡାରୁ ଜନ୍ମ ହେବା ପରେ ସମୁଦ୍ର ମୁହାଁ ହୋଇ...

ସି.ଏମ ଟ୍ରଫି ଫୁଟବଲ: ଖରମୁଣ୍ଡା ୟୁଥ ଆଥଲେଟିକ ଏସୋସିଏସନ ଚାମ୍ପିଅନ

ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚାଲିଥିବା ସି. ଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଉଦଯାପିତ ହୋଇଯାଇଛି। ବରଗଡ଼ ୟୁନାଇଟେଡ ସ୍ପୋର୍ଟସ...

ବିବାହର ୯ ବର୍ଷ ପରେ ଛାଡ଼ପତ୍ର ନେବାକୁ ଯାଉଛନ୍ତି ଦିବ୍ୟଙ୍କା? ଜାଣନ୍ତୁ ଖବର ପଛର ସତ

ମୁମ୍ବାଇ: ଟେଲି ପରଦାର ଲୋକପ୍ରିୟ ଯୋଡ଼ି ମଧ୍ୟରୁ ଦିବ୍ୟଙ୍କା ତ୍ରିପାଠୀ ଏବଂ ବିବେକ ଦହିଆଙ୍କ ଯୋଡ଼ି ଅନ୍ୟତମ। ଦୁହିଁଙ୍କ ବିବାହକୁ ଇତି ମଧ୍ୟରେ ୯ ବର୍ଷ...

କାଳ ବୈଶାଖୀ ରଚିଲା ତାଣ୍ଡବ: ଉପୁଡିଲା ବଡ ବଡ ଗଛ ଓ ବିଦ୍ୟୁତ ଖୁଣ୍ଟ, ଉଡିଲା ଦୋକାନର ଛପର

ପାଟଣା, ୧୫।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ସାହାରପଡା , ଉଖୁଣ୍ଡା ଓ ତୁରୁମୁଙ୍ଗା ଅଞ୍ଚଳରେ ମଙ୍ଗଳବାର ସଂଧ୍ୟାରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image