Posted inଫୁରସତ

୭୫ ଲକ୍ଷର ସବୁଠୁ ଦାମୀ କୀଟ

ଲଣ୍ଡନ: ଲୋକମାନେ ସାଧାରଣତଃ ନିଜ ଘରୁ କୀଟଙ୍କୁ ମାରିବା ପାଇଁ ଅନେକ ପଦ୍ଧତି ଆପଣାଇଥାନ୍ତି। କିନ୍ତୁ ଷ୍ଟାଗ୍‌ ବିଟଲ ନାମକ ଏକ କୀଟକୁ ଅନେକ କେବଳ ନିଜ ଘରେ ରଖିବାକୁ ଚାହୁଁ ନାହାନ୍ତି ବରଂ ଏହାକୁ ଅଧିକ ମୂଲ୍ୟରେ କିଣିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରୁଛନ୍ତି। ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟରେ କିଣା ଯାଉଥିବା ଷ୍ଟାଗ୍‌ ବିଟଲ ବିଶ୍ୱର ସବୁଠାରୁ ଦାମୀ କୀଟ ହୋଇପାରିଛି। କେତେକ ବିଶେଷତା ଯୋଗୁ ଲୋକମାନେ ଏହି କୀଟକୁ ମହଙ୍ଗା ମୂଲ୍ୟରେ କିଣିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରୁଛନ୍ତି।
ଜଳବାୟୁରେ ବଢ଼ୁଥିବା ଏହି ବିରଳ ପ୍ରଜାତିର କୀଟଙ୍କୁ ଭାଗ୍ୟର ପ୍ରତୀକ ଭାବରେ ବିବେଚନା କରାଯାଏ। କେତେକ ବିଶ୍ୱାସ କରନ୍ତି ଯେ, ଏହି କୀଟକୁ ରଖିବା ଦ୍ୱାରା ଘରେ ରାତାରାତି ଧନ ବୃଦ୍ଧି ପାଇଥାଏ। ସେହିପରି ଷ୍ଟାଗ୍‌ ବିଟଲ ପ୍ରଜାତିର କୀଟଙ୍କୁ ଔଷଧ ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଇଥାଏ। ତେଣୁ ଏହି କୀଟକୁ ଲୋକମାନେ ଅତ୍ୟଧିକ ମୂଲ୍ୟରେ କିଣିବାକୁ କୁଣ୍ଠାବୋଧ କରନ୍ତି ନାହିଁ।
ପ୍ରାକୃତିକ ଇତିହାସ ସଂଗ୍ରହାଳୟର ତଥ୍ୟ ଅନୁଯାୟୀ, ‘ଷ୍ଟାଗ୍‌ ବିଟଲ’ର ଓଜନ ୨ରୁ ୬ ଗ୍ରାମ୍‌ ହୋଇଥିବାବେଳେ ସେମାନଙ୍କର ହାରାହାରି ଆୟୁ ୩ରୁ ୭ ବର୍ଷ ହେବ। ପୁରୁଷ ଷ୍ଟାଗ୍‌ ବିଟଲଗୁଡିକର ଲମ୍ବ ୩୫ରୁ ୭୫ ମିଲିମିଟର ହୋଇଥିବାବେଳେ ମହିଳା ଷ୍ଟାଗ୍‌ ବିଟଲଙ୍କର ଲମ୍ବ ୩୦ରୁ ୫୫ ମିଲିମିଟର ହେବ। ସାଧାରଣତଃ ଷ୍ଟାଗ୍‌ ବିଟଲ ପ୍ରଜାତିର କୀଟ ଗରମ ପରିବେଶ ସହ ଖାପ ଖାଇପାରୁଥିବାବେଳେ ଏହା ଥଣ୍ଡା ଜଳବାୟୁ ପ୍ରତି ଅତ୍ୟଧିକ ସମ୍ବେଦନଶୀଳ ରହିଥାଏ। ଏହି କୀଟଗୁଡ଼ିକୁ ସାଧାରଣତଃ ଜଙ୍ଗଲରେ ଦେଖିବାକୁ ମିଳିଥାଏ। ତେବେ ସେମାନଙ୍କୁ ସହରାଞ୍ଚଳରେ ପ୍ରଚୁର ଶୁଖିଲା କାଠ ମହଜୁଦ ଥିବା ପାରମ୍ପରିକ ବଗିଚା ଓ ପାର୍କରେ ମଧ୍ୟ ଦେଖିବାକୁ ମିଳିଥାଏ। ଯେହେତୁ ଏହି ପ୍ରଜାତିର କୀଟ କେବଳ ମୃତ କାଠ ଖାଇଥାନ୍ତି, ତେଣୁ ଏହା କୌଣସି ଜୀବନ୍ତ ଗଛ ପାଇଁ ବିପଦ ସୃଷ୍ଟି କରି ନ ଥାନ୍ତି। ‘ଷ୍ଟାଗ୍‌ ବିଟଲ’ର ବିରଳତା, ଏହାର ପରିବେଶଗତ ଗୁରୁତ୍ୱ ଓ ସେମାନଙ୍କୁ ନେଇ ରହିଥିବା ସାଂସ୍କୃତିକ ବିଶ୍ୱାସର ମିଶ୍ରଣ ଯୋଗୁ ଏହି ପ୍ରଜାତିର କୀଟଙ୍କୁ ଅତ୍ୟନ୍ତ ମୂଲ୍ୟବାନ ମନେ କରାଯାଇଥାଏ, ଯାହାର ବଜାର ମୂଲ୍ୟ ୭୫ ଲକ୍ଷ ଟଙ୍କାରେ ପହଞ୍ଚିବାକୁ ସକ୍ଷମ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଚିହ୍ନିବାରେ କରିଛନ୍ତି କି ବଡ଼ ଭୁଲ? ପଶ୍ଚାତାପ କରୁଥିଲେ ଜାଣନ୍ତୁ ଚାଣକ୍ୟଙ୍କ ଏହି ୪କଥା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହେଲେ ହେଁ ଯିଏ ତାହା କରିପାରିଛନ୍ତି ଜୀବନ ସୁଖମୟ...

୧୦ ବର୍ଷ ଧରି ୫୦ ଲୋକଙ୍କ ଦ୍ୱାରା ସ୍ତ୍ରୀଙ୍କୁ ବଳାତ୍କାର କରାଉଥିଲେ ସ୍ବାମୀ, କୋର୍ଟରେ ଦୁଃଖ ବଖାଣିଲେ ମହିଳା

ସ୍ବାମୀ (ବର୍ତ୍ତମାନ ପୂର୍ବତନ)ଙ୍କ ଦ୍ୱାରା ଅଚେତ ଅବସ୍ଥାରେ ଡ୍ରଗ୍ସ ଦେଇ ପ୍ରାୟ ଏକ ଦଶନ୍ଧି ଧରି ବଳାତ୍କାରର ଶିକାର ହୋଇଥିବା ମହିଳା ଜିସେଲେ ପେଲିକାଟ, ଗୁରୁବାର...

କ’ଣ ଅଫିସ୍‌ରେ ବାରମ୍ବାର ‘ସୁଟା ବ୍ରେକ୍‌’ ନେବା ଦ୍ୱାରା ଷ୍ଟ୍ରେସ୍‌ କମିଥାଏ? ଜାଣନ୍ତୁ ଏହା ପଛର ସତ?

ନୂଆଦିଲ୍ଲୀ,୫।୯: ସିଗାରେଟ୍‌ ଟାଣିବାର ସୌକିନ ରଖିଥିବା ଲୋକ ଅଧିକ ଷ୍ଟ୍ରେସରେ ଥିଲେ ଅଧିକ ଧ୍ରୁମପାନ କରିଥାନ୍ତି। ସେମାନେ ବିଶ୍ୱାସ କରନ୍ତି କି, ସିଗାରେଟ୍‌ ଏକ ଷ୍ଟ୍ରେସ୍‌...

ମାଛ ମଡ଼କ ଯୋଗୁ ଏମର୍ଜେନ୍ସି

ଏଥେନ୍ସ:ଗ୍ରୀସ୍‌ର ଭୋଲୋସ ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ହ୍ରଦ, ନଦୀ ଓ ବିଭିନ୍ନ ଜଳାଶୟଗୁଡ଼ିକରେ ଲକ୍ଷାଧିକ ମୃତ ମାଛ ପଡ଼ି ରହିଛନ୍ତି। ଏତେ...

ବିଶ୍ୱର ସବୁଠୁ ବୟସ୍କ କୁମ୍ଭୀର

ପ୍ରିଟୋରିଆ: ପୃଥିବୀର ସର୍ବ ପୁରାତନ ଜୀବଜନ୍ତୁମାନଙ୍କ ମଧ୍ୟରେ କୁମ୍ଭୀର ଅନ୍ୟତମ। ପ୍ରାୟତଃ ବିପଜ୍ଜନକ ଶିକାରୀ ଭାବେ କୁମ୍ଭୀର ଅନ୍ୟ ପ୍ରାଣୀମାନଙ୍କ ଉପରେ ଆକ୍ରମଣ କରିବାକୁ କୁଣ୍ଠାବୋଧ...

୨୦୨୫ରୁ ୭ ବର୍ଷ ଦେଖି ହେବନି ଶନି ବଳୟ

ଓ୍ବାଶିଂଟନ, ୪।୯: ସୌର ଜଗତରେ ଶନି ସୂର୍ଯ୍ୟଙ୍କଠାରୁ ଷଷ୍ଠ ଗ୍ରହ ହୋଇଥିବା ସହ ଏହା ଦ୍ୱିତୀୟ ବୃହତ୍ତମ ଗ୍ରହ ମଧ୍ୟ। ଏହି ଗ୍ରହର ଚାରିପଟେ ଏକ...

ପୃଥିବୀ ଉପରେ ବଡ଼ ବିପଦ! ଦ୍ରୁତ ଗତିରେ ମାଡି ଆସୁଛି ଭୟଙ୍କର ଗ୍ରହ, ସେପ୍ଟେମ୍ବରରେ…, ଆଲର୍ଟ ଜାରି କଲା ନାସା

ଏକ ଗ୍ରହ ସମ୍ବନ୍ଧରେ ନାସା ଏକ ସତର୍କ ସୂଚନା ଜାରି କରିଛି। ନାସା କହିଛି ଯେ ପ୍ରାୟ ୭୨୦ ଫୁଟର ଏକ ବିଶାଳ ଗ୍ରହ, ଯାହା...

୧୦୦ କିଲୋମିଟର ପର୍ଯ୍ୟନ୍ତ ଲାଗିଲା ଟ୍ରାଫିକ ଜାମ୍‌, ୧୨ ଦିନ ପରେ ଘରକୁ ଫେରିଲେ ଲୋକେ

ବେଜିଂ: ଦିଲ୍ଲୀ-ଏନସିଆର ହେଉ କିମ୍ବା ବେଙ୍ଗାଲୁରୁ ହେଉ, ଲୋକମାନେ ଟ୍ରାଫିକ ଜାମ୍‌ର ସମ୍ମୁଖୀନ ହେବା ସାଧାରଣ କଥା। ସେଥିପାଇଁ ଏଠାକାର ଲୋକମାନେ ଅଫିସ ଯିବାକୁ ଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri