Categories: ଜାତୀୟ

ଏଥର ଅନ୍ତର୍ଜାତୀୟ ଯୋଗ ଦିବସ ହେବ ଭିନ୍ନ, ମୋଦିଙ୍କ ୭୫ ମନ୍ତ୍ରୀ ୭୫ ଐତିହାସିକ ସ୍ଥାନରେ କରିବେ ଯୋଗ

ନୂଆଦିଲ୍ଲୀ,୧୩ ।୬: ଚଳିତ ବର୍ଷ ହେବାକୁ ଯାଉଥିବା ଅନ୍ତର୍ଜାତୀୟ ଯୋଗ ଦିବସ ଟିକେ ଭିନ୍ନ ଧରଣର ହେବ ବୋଲି ଜଣାପଡିଛି । ଚଳିତ ବର୍ଷ ମୋଦି ସରକାରଙ୍କ ୭୫ ଜଣ ମନ୍ତ୍ରୀ ଦେଶର ଭିନ୍ନ ଭିନ୍ନ ୭୫ଟି ଐତିହାସିକ ସ୍ଥାନରେ ଯୋଗ କରୁଥିବା ଦେଖିବାକୁ ମିଳିବ । ଜୁନ ୨୧ରେ ପାଳନ ହେବାକୁ ଯାଉଥିବା ଏହି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି କର୍ନାଟକର ମୈସୁର ପ୍ୟାଲେସରେ ଯୋଗ କରିବେ । ସେହିପରି ତାଙ୍କ କ୍ୟାବିନେଟର ୭୫ ଜଣ ମନ୍ତ୍ରୀ ଦେଶର ୭୫ଟି ଐତିହାସିକ ଓ ସାଂସ୍କୃତିକ ସ୍ଥାନରେ ଯୋଗ କରିବାର ଯୋଜନା କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ସ୍ୱାଧିନତାର ୭୫ ବର୍ଷକୁ ସ୍ୱାଧିନତାର ଅମୃତ ମହୋତ୍ସବ ଭାବେ ପାଳନ କରାଯାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ମୋଦି ସରକାର ୭୫ଟି ଐତିହାସିକ ଓ ସାଂସ୍କୃତିକ ସ୍ଥାନରେ ଯୋଗ କରିବାକୁ ଚିହ୍ନଟ କରିଛନ୍ତି । ଏହାସହ ୭୫ ମନ୍ତ୍ରୀ ୭୫ଟି ସ୍ଥାନରେ ଯୋଗ କରିବାକୁ ସ୍ଥିର କରାଯାଇଛି ।

Share