Posted inଜାତୀୟ

ସାମାଜିକ ସୁରକ୍ଷାରୁ ବଞ୍ଚିତ ୭୫% ଭାରତୀୟ

ନୂଆଦିଲ୍ଲୀ, ୪ା୯: କୌଣସି ରୋଗରେ ପୀଡ଼ିତ, ଦିବ୍ୟାଙ୍ଗ, ବୃଦ୍ଧାବସ୍ଥା, ବେରୋଜଗାର ସମେତ ମୃତ୍ୟୁ ଆଦି ପରିସ୍ଥିତିବେଳେ ସମ୍ପୃକ୍ତ ବ୍ୟକ୍ତି ଏବଂ ପରିବାରର ସୁରକ୍ଷା ଜରୁରୀ ହୋଇପଡ଼ିଥାଏ। ଲୋକଙ୍କ ଦାରିଦ୍ର୍ୟ ଏବଂ ଦୁର୍ବଳତା ହ୍ରାସ ନିମନ୍ତେ ବିଭିନ୍ନ ନୀତି ଓ କାର୍ଯ୍ୟକ୍ରମ ଜରିଆରେ ସେମାନଙ୍କୁ ଆର୍ଥିକ, ସାମାଜିକ ବିପଦରୁ ସୁରକ୍ଷା ଯୋଗାଯାଇଥାଏ। କିନ୍ତୁ ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ (ଆଇଏଲ୍‌ଓ) ରିପୋର୍ଟରୁ ଜଣାପଡ଼ିଛି ଯେ, ଭାରତରେ ମୋଟ ଜନସଂଖ୍ୟାର ସିଂହଭାଗ ଲୋକଙ୍କ ନିକଟରେ ଏହି ସୁବିଧା ଉପଲବ୍ଧ ନାହିଁ। ମାତ୍ର ୨୪.୪% ଭାରତୀୟଙ୍କ ପାଖରେ ହିଁ କୌଣସି ପ୍ରକାର ସୋସିଆଲ ପ୍ରୋଟେକ୍ସନ ବା ସାମାଜିକ ସୁରକ୍ଷା ରହିଛି, ଯାହା କି ପଡ଼ୋଶୀ ବାଂଲାଦେଶ (୨୮.୪%)ଠାରୁ ମଧ୍ୟ କମ୍‌। ଅର୍ଥାତ ୭୫%ରୁ ଅଧିକ ଭାରତୀୟଙ୍କ ପାଖରେ ସାମାଜିକ ସୁରକ୍ଷା ନାହିଁ। ଶୁକ୍ରବାର ଆଇଏଲ୍‌ଓ ଜାରି କରିଥିବା ଓ୍ବାଲର୍‌ଡ ସୋସିଆଲ ପ୍ରୋଟେକ୍ସନ ରିପୋର୍ଟ ୨୦୨୦-୨୨ ଅନୁଯାୟୀ ଏସିଆ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ମଙ୍ଗୋଲିଆ, ନ୍ୟୁଜିଲାଣ୍ଡ, ସିଙ୍ଗାପୁର ଏବଂ ଅଷ୍ଟ୍ରେଲିଆରେ ଶତପ୍ରତିଶତ ଲୋକଙ୍କ ନିକଟରେ ସାମାଜିକ ସୁରକ୍ଷା ଥିବାବେଳେ ମ୍ୟାନ୍‌ମାର ଏବଂ କାମ୍ବୋଡିଆରେ ଏହି ସଂଖ୍ୟା ମାତ୍ର ୧୦ ପ୍ରତିଶତ।

ସାମାଜିକ ସୁରକ୍ଷା କ୍ଷେତ୍ରରେ କମ୍‌ ନିବେଶ, ଅବଦାନ ନ ଥିବା ଯୋଜନା ଅଧୀନରେ ଖର୍ଚ୍ଚ ହେଉଥିବା ଅର୍ଥ ଲୋକଙ୍କୁ ଏହି ନିରାପତ୍ତା ପ୍ରଦାନ ପାଇଁ ଯଥେଷ୍ଟ ନୁହେଁ। ଅବଦାନ ଥିବା ସୁବିଧା ଅଧୀନରେ କେବଳ ସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ଆସୁଥିବାବେଳେ ଅବଦାନ ନ ଥିବା ଯୋଜନାରେ ଗରିବ ଲୋକଙ୍କୁ ରଖାଯାଉଛି। ଭାରତର ସାମାଜିକ ସୁରକ୍ଷା ସୁବିଧା ମୁଣ୍ଡପିଛା ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୫%ରୁ ବି କମ୍‌। ତେବେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏ) ଭଳ କାର୍ଯ୍ୟକ୍ରମରେ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କୁ ଶହେ ଦିନ ପର୍ଯ୍ୟନ୍ତ କାମ ପ୍ରଦାନ ବ୍ୟବସ୍ଥାକୁ ଏହି ରିପୋର୍ଟରେ ପ୍ରଶଂସା କରାଯାଇଛି। ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପ୍ରତି ୪ରେ ୩ ଜଣ ଅସୁସ୍ଥ କିମ୍ବା କାର୍ଯ୍ୟକ୍ଷେତ୍ରରେ ଆହତ ହେଲେ ସେମାନେ ସାମାଜିକ ସୁରକ୍ଷା ପାଇପାରି ନ ଥାନ୍ତି ବୋଲି ଏଥିରେ କୁହାଯାଇଛି। ମୁଣ୍ଡ ପିଛା ଆୟ କମ୍‌ ଥିବା ଦେଶଗୁଡ଼ିକ ଯଥା ଭାରତ, ପାକିସ୍ତାନ, ନେପାଳ, ଆଫଗାନିସ୍ତାନ ଆଦିରେ ୫%ରୁ ବି କମ୍‌ ଶ୍ରମିକଙ୍କ ପାଇଁ ଆଘାତଜନିତ ସ୍ବାସ୍ଥ୍ୟ ସମସ୍ୟାବେଳେ ସାମାଜିକ ସୁରକ୍ଷା ଉପଲବ୍ଧ ବୋଲି ଆଇଏଲ୍‌ଓର ଏହି ରିପୋର୍ଟରେ ଦର୍ଶାଯାଇଛି।
ଆହୁରି କୁହାଯାଇଛି ଯେ, ୨୦୨୦ ସୁଦ୍ଧା ବିଶ୍ୱର ମୋଟ ଜନସଂଖ୍ୟାର କେବଳ ୪୬.୯% ଅନୂ୍ୟନ ଗୋଟିଏ ସାମାଜିକ ସୁରକ୍ଷା ଅଧୀନରେ ଥିଲେ। ବଳକା ୫୩.୧% ଅର୍ଥାତ ପ୍ରାୟ ୪.୧ ବିଲିୟନ ଲୋକ ସୋସିଆଲ ପ୍ରୋଟେକ୍ସନରୁ ବଞ୍ଚିତ ଥିଲେ। ଏହାବାଦ୍‌ ଲିଙ୍ଗଗତ ଦୃଷ୍ଟିରୁ ଦେଖିଲେ ସାମାଜିକ ସୁରକ୍ଷା ପାଇଥିବା ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ପ୍ରାୟ ୮% କମ୍‌। କାର୍ଯ୍ୟ କରିବା ବୟସ ବର୍ଗରେ ଆସୁଥିବା ବୈଶ୍ୱିକ ଜନସଂଖ୍ୟାର ୬୯.୪% ବା ୪ ବିଲିୟନ ଲୋକ ଆଂଶିକ ଭାବେ ସୁରକ୍ଷିତ କିମ୍ବା ସେମାନଙ୍କ ନିକଟରେ ଆଦୌ ସାମାଜିକ ସୁରକ୍ଷା ନ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭଲରୁ ମିଳିଲା ୧୫୦ ବର୍ଷର ପୁରୁଣା କୂଅ, ସୁଡ଼ଙ୍ଗ

ସମ୍ଭଲ, ୨୩।୧୨: ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଚନ୍ଦୌସିଠାରେ ରବିବାର ଏକ ଜମିକୁ ଖନନ କରାଯାଉଥିବାବେଳେ ୧୫୦ ବର୍ଷର ପୁରୁଣା ଏକ ବିଶାଳକାୟ ପାହାଚ ବିଶିଷ୍ଟ କୂଅ ମିଳିଛି। ସେହିପରି...

କୁଏଟ୍‌ରେ ଗଞ୍ଜାମ ଶ୍ରମିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୩ା୧୨: କୁଏଟ୍‌ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ରହୁଥିବା ଗଞ୍ଜାମ ଜିଲାର ଜଣେ ଶ୍ରମିକଙ୍କ ସହ ଶନିବାର କଥା ହୋଇଥିଲେ। ବବୁଲ ନାମକ...

କୁଏତ ଗସ୍ତ ସାରି ଫେରିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୨।୧୨: ଦୁଇ ଦିନିଆ କୁଏତ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାତିରେ ଦିଲ୍ଲୀରେ ପହଞ୍ଚିଛନ୍ତି। କୁଏତରେ ପ୍ରଧାନମନ୍ତ୍ରୀ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମରେ...

ଇଚ୍ଛାମୃତ୍ୟୁ ଦାବି କରିଥିବା କୃଷକଙ୍କୁ ୯.୯୧ ଲକ୍ଷ ଟଙ୍କା ଜରିମାନା:ଜାଣନ୍ତୁ କାହିଁକି

ଝୁନ୍‌ଝୁନୁ,୨୨ା୧୨:ଇଚ୍ଛାମୃତ୍ୟୁ ଦାବି କରୁଥିବା ରାଜସ୍ଥାନ ଝୁନ୍‌ଝୁନୁ ଜିଲାର ଜଣେ କୃଷକ ଓ ତାଙ୍କ ପରିବାର ଆତ୍ମଦାହ ଉଦ୍ୟମ କରୁଥିବାବେଳେ ପୋଲିସ ପହଞ୍ଚତ୍ ସେମାନଙ୍କୁ ଅଟକାଇଥିଲା। ଶ୍ରୀ...

ବଢିଲା ରାହୁଲ ଗାନ୍ଧୀଙ୍କ ଅଡ଼ୁଆ: ସମନ ପଠାଇଲେ କୋର୍ଟ

ବରେଲି,୨୨ା୧୨:ଲୋକ ସଭା ନିର୍ବାଚନ ସମୟରେ ଅର୍ଥନୈତିକ ସର୍ଭେକୁ ନେଇ କଂଗ୍ରେସ ଏମ୍‌ପି ତଥା ଲେକା ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ...

ଅଲ୍ଲୁ ଅର୍ଜୁନଙ୍କ ଘର ଉପରକୁ ପଥର ମାଡ଼

ହାଇଦ୍ରାବାଦ,୨୨ା୧୨:ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଡିସେମ୍ବର ୪ରେ ‘ପୁଷ୍ପା-୨: ଦି ରୁଲ୍‌’ ଚଳଚ୍ଚିତ୍ରର ପ୍ରିମିୟର ଚାଲିଥିବାବେଳେ ଅଭିନେତା ଅଲ୍ଲୁ ଅର୍ଜୁନ ହଠାତ୍‌ ସେଠାରେ ପହଞ୍ଚତ୍ୟିବାରୁ ଦଳାଚକଟା ଘଟି...

ଜୟପୁର ଦୁର୍ଘଟଣାର ଛାତିଥରା କାହାଣୀ: ଜଳନ୍ତା ଅବସ୍ଥାରେ ଅଢେଇ କିଲୋମିଟର ଦୌଡିଲେ ୩୦ ଲୋକ

ଜୟପୁର,୨୨।୧୨: ରାଜସ୍ଥାନ ଜୟପୁରରେ ହୋଇଥିବା ଭୟଙ୍କର ସଡ଼କ ଦୁର୍ଘଟଣା ଏବେ ପର୍ଯ୍ୟନ୍ତ ଲୋକଙ୍କ ମନରୁ ଲିଭି ନାହିଁ। ଏହି ଦୁର୍ଘଟଣାରେ ୧୪ ଜଣ ଜୀବନ୍ତ ଦଗ୍ଧ...

ବିବାହ ପାଇଁ ପ୍ରସ୍ତୁତ ହେଉଥିବା ପରିବାର ଏବେ ଅପେକ୍ଷା କରିଛନ୍ତି ଝିଅର ମୃତ ଦେହକୁ

ଶିମଲା,୨୨।୧୨: ପଞ୍ଜାବର ସୋହାନା, ମୋହାଲିରେ ଭୁଷୁଡି ପଡିଥିବା ବିଲଡିଂକୁ ନେଇ ହିମାଚଳ ପ୍ରଦେଶର ଏକ ପରିବାରରେ ଶୋକର ଛାୟା ଖେଳିଯାଇଛି। ନିଜ ଝିଅର ବିବାହ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri