Categories: ଜାତୀୟ

ଜେଲ୍‌ରେ ୭୫ ପ୍ରତିଶତ ବିଚାରାଧୀନ କଏଦୀ,ଫଇସଲାକୁ ଅପେକ୍ଷା…

ନୂଆଦିଲ୍ଲୀ,୧୪ା୨: ଦେଶର ବିଭିନ୍ନ ଜେଲ୍‌ରେ ୭୫ ପ୍ରତିଶତ କଏଦୀ ରହିଛନ୍ତି। ସେମାନେ ଦୀର୍ଘଦିନ ଧରି କୋର୍ଟର ଫଇସଲାକୁ ଅପକ୍ଷୋ କରିଛନ୍ତି। ୨୦୨୦ରେ ଦେଶର ଜେଲଗୁଡିକରେ କଏଦୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ଘଟିଛି। ଜେଲରେ ଥିବା ପ୍ରାୟ ୫ ଲକ୍ଷ କଏଦୀଙ୍କ ମଧ୍ୟରୁ ୭୫ ପ୍ରତିଶତ ଅର୍ଥାତ୍‌ ୩ ଲକ୍ଷ ୭୫ ହଜାର କଏଦୀଙ୍କ ବିଚାର ଜାରି ରହିଛି।

ନ୍ୟାଶନାଲ କ୍ରାଇମ ରେକର୍ଡସ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟରୁ ଜଣାପଡିଛି ଯେ ୨୦୧୫ ଠାରୁ ଦେଶର ଜେଲରେ ଥିବା ବିଚାରାଧୀନ (ଅଣ୍ଡରଟ୍ରାଏଲ) କଏଦୀଙ୍କ ସଂଖ୍ୟାରେ ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ସେହିପରି କଏଦୀମାନଙ୍କ ଉପରେ ଦୋଷୀ ସାବ୍ୟସ୍ତ ହେବା ସଂଖ୍ୟାରେ ୧୫ ପ୍ରତିଶତ ହ୍ରାସ ଘଟିଛି। ତେବେ ଜାମିନ ନାମଞ୍ଜୁର ହେବାରୁ ୨୦୧୯ ତୁଳନାରେ ୨୦୨୦ରେ ବିଚାରାଧୀନ କଏଦୀଙ୍କ ସଂଖ୍ୟା ୨.୬ ଲକ୍ଷ କମିଛି।

ଦିଲ୍ଲୀରେ ବିଚାରାଧୀନ କଏଦୀଙ୍କ ସଂଖ୍ୟାରେ ସର୍ବାଧିକ ବୃଦ୍ଧି ଘଟିଛି। ଏଠାରେ ଏହା ୨୦୧୯ ରେ ୮୨ ପ୍ରତିଶତରୁ ବୃଦ୍ଧି ପାଇଁ ୨୦୨୦ରେ ୯୧ ପ୍ରତିଶତ ଛୁଇଁଛି। ପଞ୍ଜାବରେଏହା ୬୬ ପ୍ରତିଶତରୁ ୮୫ ପ୍ରତିଶତ କୁ ବୃଦ୍ଧି ପାଇଛି । ଏହା ପରେ ହରିୟାଣାର ସ୍ଥାନ ରହିଛି। ହରିୟାଣାରେ ଏହା ୬୪ରୁ ୮୨ ପ୍ରତିଶତକୁ ବୃଦ୍ଧି ପାଇଛି। ମଧ୍ୟପ୍ରଦେଶରେ ବିଚାରାଧୀନ କଏଦୀ ସଂଖ୍ୟା ୫୪ ରୁ ପ୍ରାୟ ୭୦ ପ୍ରତିଶତ କୁ ବୃଦ୍ଧି ପାଇଛି। ଛତିଶଗଡରେ ଏହା ୧୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି।

Share