Categories: ଜାତୀୟ

ବିଶ୍ୱ ସାଇକେଲ ଦିବସ: ସାରା ଦେଶରେ ବାହାରିବ ୭୫ ରାଲି

ନୂଆଦିଲ୍ଲୀ,୩ ।୬: ସ୍ୱାଧିନତାର ଅମୃତ ମହୋତ୍ସବ ଅବସରରେ ବିଶ୍ୱ ସାଇକେଲ ଦିବସରେ ଶୁକ୍ରବାର ସାରା ଦେଶରେ ୭୫ ସ୍ଥାନରେ ସାଇକେଲ ରାଲି ବାହାରିବ ବୋଲି ଜଣାପଡିଛି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ସାଢେ ୭ କିଲୋମିଟର ସାଇକେଲ ଚଳାଇ ରାଲିର ଶୁଭାରମ୍ଭ କରିବେ ।

ଅନୁରାଗ ଠାକୁରଙ୍କ ସହ ୭୫୦ ଯୁବ ସାଇକେଲ ଚାଳକ ଦଳ ବି ରହିବେ । ସାରା ଦେଶରେ ୭୫ ସ୍ଥାନରେ ପାଖାପାଖି ୧.୨୯ ଲକ୍ଷ ଯୁବା ସାଇକେଲ ଚାଳକଙ୍କ ଦ୍ୱାରା ୯.୬୮ ଲକ୍ଷ କିଲୋମିଟରରୁ ଅଧିକ ରାସ୍ତା ଅତିକ୍ରମ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି ଯୁବବର୍ଗଙ୍କ ମଧ୍ୟରେ ଭାଇଚାରା, ରାଷ୍ଟ୍ରବାଦର ଭାବନା ବୃଦ୍ଧି କରିବା, ସ୍ୱତନ୍ତ୍ରତା ସଂଗ୍ରାମରେ ପ୍ରେରିତ କରିବା, ଜଳବାୟୁ ପରିବର୍ତ୍ତନ ଓ ଅସଜଡା ଜୀବନ ଶୈଳିକୁ ସଜାଡିବା । ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶରେ ଏହି ସାଇକେଲ ରାଲି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

Share