Categories: ଜାତୀୟ

ଶହୀଦ୍‌ଙ୍କ ନାମରେ ନାମିତ ହେବ ୭୫ ସ୍କୁଲ୍‌-୭୫ ରାସ୍ତା, ସରକାରଙ୍କ ନିଷ୍ପତ୍ତି…

ଶ୍ରୀନଗର,୭।୮: ଭାରତ ସ୍ବାଧୀନତାର ୭୫ ବର୍ଷ ପାଳନ ଅବସରରେ ଜମ୍ମୁ-କଶ୍ମୀର ସରକାର ରାଜ୍ୟର ୭୫ଟି ସ୍କୁଲ ଏବଂ ୭୫ଟି ରାସ୍ତାର ନାମକରଣ ଶହୀଦ୍‌ଙ୍କ ନାମରେ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସବିଶେଷ ତଥ୍ୟ ପ୍ରସ୍ତୁତ କରିବାକୁ ଜିଲାସ୍ତରରେ ଏକ କମିଟି ଗଠନ କରାଯାଇପାରେ ବୋଲି ଚିଠିରେ ଦର୍ଶାଯାଇଛି। ଜମ୍ମୁ-କଶ୍ମୀରର ମୁଖ୍ୟ ସଚିବ (ସିଏସ) ଡ. ଅରୁଣ କୁମାର ମେହେଟ୍ଟା ଘୋଷଣା କରିଛନ୍ତି ଯେ ସରକାର ୭୫ ବିଦ୍ୟାଳୟ ଓ ରାସ୍ତାର ନାମ ପରିବର୍ତ୍ତନ କରିବାକୁ ଯାଉଛନ୍ତି।
କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହା କୁହାଯାଇଛି। ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେବାକୁ ଥିବା ଅମୃତ ମହୋତ୍ସବର ସମୀକ୍ଷା କରିବା ପାଇଁ ମେହେଟ୍ଟା କହିଛନ୍ତି ଶହୀଦ୍‌ଙ୍କୁ ସମ୍ମାନ ଜଣାଇବା ଲାଗି ଏଭଳି କରାଯିବ।

Share