‘ମେଟଲ୍‌ ମିଟ୍‌ -୨୦୨୩ରେ ଭାଗନେଲେ ୭୫ ଟିମ୍‌

ଭୁବନେଶ୍ୱର,୫।୮(ଶର୍ମିଷ୍ଠା ପାଣିଗ୍ରାହୀ): ମେଟଲ୍‌ ମିଟ୍‌-୨୦୨୩ରେ ଜୁନିୟର୍‌, ସିନିୟର୍‌ ଗ୍ରୁପ ପାଇଁ ରେଜିଷ୍ଟ୍ରେଶନ ପ୍ରକ୍ରିୟା ଶେଷ ହୋଇଛି। ଏଥିରେ ଓଡ଼ିଶାର ପ୍ରମୁଖ ଶିକ୍ଷାନୁଷ୍ଠାନରୁ ଜୁନିୟର୍‌, ସିନିୟର ବିଭାଗରେ ୭୫ ଟିମ୍‌ ଭାଗ ନେଇଛନ୍ତି। ଜୁନିୟର୍‌ରେ ୪୨ଟିମ୍‌ ଭାଗ ନେଇଥିବା ବେଳେ ସିନିୟରରେ ୩୩ ଟିମ୍‌ ସାମିଲ ହୋଇଛନ୍ତି।

ମେଟଲ୍‌ ମିଟ୍‌-୨୦୨୩ରେ ଭୁବନେଶ୍ୱରରୁ ସିନିୟର, ଜୁନିୟର ବିଭାଗରେ ସର୍ବାଧିକ ୪୦ ଶିକ୍ଷାନୁଷ୍ଠାନ ରହିଛନ୍ତି। ଏହା ବ୍ୟତୀତ କଟକରୁ ୧୦, ଢେଙ୍କାନାଳରୁ ୩ , ସମ୍ବଲପୁରରୁ ୨ଟିମ୍‌ ଭାଗ ନେଇଥିବା ବେଳେ ରାଉରକେଲାରୁ ୫ଟି ଶିକ୍ଷାନୁଷ୍ଠାନ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି। ସେହିପରି ଭଦ୍ରକ ଓ ଅନୁଗୋଳରୁ ଗୋଟିଏ ଲେଖାଏଁ ଟିମ୍‌ ଅଂଶ ଗ୍ରହଣ କରିଛନ୍ତି। ଖୋର୍ଦ୍ଧାରୁ ଗୋଟିଏ ଟିମ୍‌ ରହିଥିବା ବେଳେ ପୁରୀରୁ ୩ଟି ଟିମ୍‌ ଓ ବ୍ରହ୍ମପୁରରୁ ୨ଟି ଟିମ୍‌ ଭାଗ ନେଇଛନ୍ତି।

Share