Categories: ରାଜ୍ୟ

ବିଶ୍ୱସ୍ତରୀୟ ହେବ ରାଜ୍ୟର ୭୫ ହଜାର କିଲୋମିଟର ରାସ୍ତା

ଭୁବନେଶ୍ୱର, ୦୬।୦୮: ରାଜ୍ୟର ୭୫ ହଜାର କିଲୋମିଟର ରାସ୍ତାକୁ ବିଶ୍ୱସ୍ତରୀୟ ରାସ୍ତାରେ ପରିଣତ କରିବା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏ ନେଇ ବିସ୍ତୃତ ଆଲୋଚନା ହୋଇଛି ।

ଆଗାମୀ ୫ ବର୍ଷ ମଧ୍ୟରେ ଏହି ରୂପାନ୍ତରଣ କାର୍ଯ୍ୟ ସମ୍ପାଦନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ବିସ୍ତୃତ ରୂପରେଖ ପ୍ରସ୍ତୁତ କରିବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ କୁହାଯାଇଛି । ସେଥିମଧ୍ୟରୁ ଜାତୀୟ ରାଜପଥ ପ୍ରାଧିକରଣ ୧ ହଜାର କିଲୋମିଟର ରାସ୍ତାକୁ ବିଶ୍ୱସ୍ତରୀୟ ରାସ୍ତାରେ ରୂପାନ୍ତରିତ କରିବାକୁ ବୈଠକରେ ପ୍ରତିଶ୍ରୁତି ଦେଇଛି ।

ଏହି ନିଷ୍ପତ୍ତିର ସଫଳ କାର୍ଯ୍ୟାନ୍ୱୟନ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ତଦାରଖ କମିଟି ଗଠନ କରାଯିବ । ଉନ୍ନୟନ କମିଶନରଙ୍କ ସମେତ ୬ଟି ବିଭାଗର ସଚିବ ଏହି କମିଟିର ସଦସ୍ୟ ରହିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

Share