Categories: ଜାତୀୟ

୨୦୨୩ ସୁଦ୍ଧା ନୂଆ ୭୫ ବନ୍ଦେ ଭାରତ ଏକ୍ସପ୍ରେସ୍‌

ନୂଆଦିଲ୍ଲୀ,୧୫ ।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶର ୭୫ ତମ ସ୍ୱାଧିନତା ଦିବସ ଅବସରରେ ଲାଲକିଲାରୁ ଦେଶକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ୧୫ ଅଗଷ୍ଟ ୨୦୨୩ ସୁଦ୍ଧା ନୂଆ ୭୫ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚାଲିବ । ଏହି ଘୋଷଣା କରିବା ସମୟରେ ମୋଦି କହିଛନ୍ତି ‘ସ୍ୱାଧିନତାର ଅମୃତ ମହୋତ୍ସବ’ର ୭୫ ସପ୍ତାହରେ ୭୫ ବନ୍ଦେ ଭାରତ ଟ୍ରେନ୍ ଦେଶର ବିଭିନ୍ନ ପ୍ରାନ୍ତକୁ ଯୋଡିବ । ସୂଚନାଯୋଗ୍ୟ, ବନ୍ଦେ ଭାରତ ଏକ୍ସପ୍ରେସ୍ ଏକ ସେମି ହାଇସ୍ପିଡ ଶତାବ୍ଦି ଶ୍ରେଣୀର ଟ୍ରେନ୍ । ଏହା ସମ୍ପୂର୍ଣ୍ଣଭାବେ ବାତାନୁକୂଳ । ଏହା ହାଇସ୍ପିଡ ଓ ଆଧୁନିକ ସୁବିଧା ଯାତ୍ରୀଙ୍କ ପାଇଁ ଉପଲବ୍ଧ ରହିଛି । ଏଥିରେ ଅନ୍‌ବୋର୍ଡ ଇନଫୋଟେନମେଣ୍ଟ, ଜିପିଏସ୍ ଆଧାରିତ ଯାତ୍ରୀ ସୂଚନା ପ୍ରଣାଳୀ, ସିସିଟିଭି, କୋଚ ଫୁଟଷ୍ଟେପ୍ସ ସହ ସ୍ୱୟଂଚାଳିତ ସ୍ଲାଇଡିଂ ଡୋର ଆଦି ରହିଛି । ଏବେସୁଦ୍ଧା ମାତ୍ର ୨ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ କରୁଛି । ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେ୍‌ସ୍ ବାରାଣସୀ ଓ ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରୁଥିବା ବେଳେ ଦ୍ୱିତୀୟଟି କଟରା ଓ ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରୁଛି ।

Share