Categories: ଜାତୀୟ

୭୫ ଗାଁ ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ ହେବ ନାମିତ: ତ୍ରିପୁରା ସରକାରଙ୍କ ନିଷ୍ପତ୍ତି…

ଅଗରତାଲା,୨୫।୬ : ତ୍ରିପୁରା ସରକାର ରାଜ୍ୟର ୭୫ ସୀମାନ୍ତ ଗାଁର ନାମକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦେଶର ସ୍ବାଧୀନତା ଆନ୍ଦୋଳନ ସମୟରେ ପ୍ରାଣବଳୀ ହରାଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ ଏହି ଗ୍ରାମଗୁଡିକର ନାମକରଣ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ସ୍ବାଧୀନତାର ଅମୃତ ମହୋତ୍ସବର ଏକ ଅଂଶ ଭାବରେ ନାମକରଣ ପ୍ରକଳ୍ପ ଆରମ୍ଭ ହେବ। ଦେଶ ଏହି ବର୍ଷ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ଦେଶର ସ୍ବାଧୀନତା ସଂଗ୍ରାମୀଙ୍କ ଅବଦାନକୁ ମନେ ରଖିବା ପାଇଁ କାର୍ଯ୍ୟକ୍ରମ ଜୁଲାଇରୁ ଆରମ୍ଭ ହେବ ଏବଂ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଚାଲିବ।

ସୂଚନା ଓ ସାଂସ୍କୃତିକ ବ୍ୟାପାର ସଚିବ ପି.କେ ଚକ୍ରବର୍ତ୍ତୀ କହିଛନ୍ତି ଆଠଟି ଜିଲାର ୯୫ ଟି ଗାଁର ନାମ ପରିବର୍ତ୍ତନ କରାଯିବ। ଏହି ଗ୍ରାମଗୁଡିକ ଜିଲା ସ୍ତରୀୟ କମିଟି ଦ୍ୱାରା ଚିହ୍ନଟ ହେବ। ପ୍ରଶାସନ ରାଜ୍ୟର ସ୍ବାଧୀନତା ସଂଗ୍ରାମୀଙ୍କ ତାଲିକା ଏବଂ ଦେଶର ସ୍ବାଧୀନତା ସଂଗ୍ରାମରେ ସେମାନଙ୍କର ଅବଦାନ ପ୍ରସ୍ତୁତ କରିସାରିଛନ୍ତି। ସେ କହିଛନ୍ତି ନାମ ପରିବର୍ତ୍ତନ ବ୍ୟତୀତ ମନୋନୀତ ଗ୍ରାମରେ ୭୫ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସରକାର ସମ୍ମାନିତ କରିବେ।

ଚକ୍ରବର୍ତ୍ତୀ କହିଛନ୍ତି ସ୍ବାଧୀନତା ସଂଗ୍ରାମୀଙ୍କ ଜୀବନ ତଥା କାର୍ଯ୍ୟ ଉପରେ ଗୀତ ଏବଂ ନାଟକ ଆୟୋଜନ କରାଯିବ। ଏହି ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ହେବ । ଏହା ବ୍ୟତୀତ ସମସ୍ତ ୭୫ ଟି ଗାଁକୁ ସଡ଼କ ଯୋଗେ ସଂଯୋଗ କରିବାକୁ ବିଶେଷ ଧ୍ୟାନ ଦିଆଯିବ ।

Share