ଶୋଇଥିବା ବେଳେ ଶାବଳ ଭୁଷି ୭୫ ବର୍ଷର ବୃଦ୍ଧଙ୍କୁ ମାରିଦେଲେ

ବାଲେଶ୍ୱର ଅଫିସ, ୧୪।୪: ବାଲେଶ୍ୱର ଜିଲାର ରେମୁଣା ଥାନା ଅନ୍ତର୍ଗତ ବଡପାଳ ପଞ୍ଚାୟତ କାକବାରାଇ ଗ୍ରାମରେ ଜଣେ ବୃଦ୍ଧଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ରଘୁନାଥ ଜେନା(୭୫)। ମଙ୍ଗଳବାର ରାତିରେ ଘରେ ଶୋଇଥିବା ବେଳେ ତାଙ୍କୁ କେହି ଶାବଳରେ ଭୁଷି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତାଙ୍କ ଆଖିରେ ଗଭୀର କ୍ଷତ ଚିହ୍ନ ରହିଛି। ଏହି ଖବର ଜଣାପଡ଼ିବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ପରିବାର ପକ୍ଷରୁ ଖବର ଦିଆଯିବା ପରେ ରେମୁଣା ପୋଲିସ ସାଇଣ୍ଟିଫିକ ଟିମ୍‌ ଓ ଡଗ ସ୍କ୍ବାର୍ଡ ସହ ପହଞ୍ଚିଛି। ଘଟଣାର ତଦନ୍ତ ଜାରି ରହିଥିବା ବେଳେ ହତ୍ୟାକାରୀଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Share