୭୫ ବର୍ଷ ବୟସ୍କ ବୃଦ୍ଧ କଲେ ଏପରି: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଲୁଧିଆନା,୧୫।୮: ପଞ୍ଜାବରେ ନିଶାର ମାୟା ଜାଲରେ ଯୁବଗୋଷ୍ଠୀ ପଡ଼ିଛନ୍ତି। ଦିନକୁ ଦିନ ଏଠାରେ ଡ୍ରଗ୍ସ୍‌ ଚୋରା କାରବାର ବଢ଼ିବା ସହିତ ନାନା ପ୍ରକାର ଅପରାଧ ବୃଦ୍ଧି ପାଉଛି। ଏନେଇ ସଚେତନତା ସୃଷ୍ଟି କରିବା ଲାଗି ୭୫ ବର୍ଷ ବୟସ୍କ ବୃଦ୍ଧ ନିହାଙ୍ଗ୍‌ ସିଂ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ୧୦ ଟନ୍‌ ଓଜନର ଏକ ଟ୍ରକ୍‌କୁ କାନ୍ଧରେ ଦଉଡ଼ି ଲଗାଇ ଟାଣିଛନ୍ତି। ସେ ସାକ୍ଷାତ୍‌କାରରେ କହିଛନ୍ତି ଯେ, ମୁଁ ଯଦି ଏତେ ବୟସରେ ଟ୍ରକ୍‌ ଟାଣିପାରୁଛି , ତେବେ ଯୁବଗୋଷ୍ଠୀ କାହିଁକି ଡ୍ରଗ୍ସ୍‌ଠାରୁ ଦୂରେଇ ରହିପାରିବେ ନାହିଁ। ଇଛାଶକ୍ତି ଥିଲେ ସବୁ ସମ୍ଭବ ହେବ ବୋଲି ନିହାଙ୍ଗ କହିଛନ୍ତି। ଡ୍ରଗ୍ସ୍‌ କବଳରୁ ମୁକ୍ତି ପାଇବା ଲାଗି ଯୁବଗୋଷ୍ଠୀ ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିବା ଆବଶ୍ୟକ। ଡ୍ରଗ୍ସ୍‌ ଦ୍ୱାରା ସେମାନଙ୍କର ଶରୀରର କ୍ଷତି ହେବା ସହିତ ତାଙ୍କ ପରିବାର, ରାଜ୍ୟ ତଥା ଦେଶର ମଧ୍ୟ କ୍ଷତି ହେଉଥିବା ନିହାଙ୍ଗ୍‌ କହିଛନ୍ତି।

Share