ଆଜି ଚିହ୍ନଟ ହେଲେ ୭୫୩ କରୋନା ଆକ୍ରାନ୍ତ, ରହିଛି ୩୧୯ ଲୋକାଲ୍‌ କେସ୍‌

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ଧିରେ ଧିରେ କମିବାରେ ଲାଗିଛି କରୋନା ସଂକ୍ରମଣ। ରାଜ୍ୟରେ ରବିବାର ୭୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୪୩୪ କ୍ୱାରାଣ୍ଟାଇନ୍‌ ମାମଲା ଥିବା ବେଳେ ୩୧୯ ଲୋକାଲ କେସ୍‌ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୦୮,୬୫୯ରେ ପହଞ୍ଚିଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳର ୪୭, ବାଲେଶ୍ୱରର ୩୨, ବରଗଡ଼ର ୩୧, ଭଦ୍ରକର ୧୭, ବଲାଙ୍ଗୀରର ୪୧, ବୌଦ୍ଧର ୧୨, କଟକର ୪୧, ଦେବଗଡ଼ର ୩, ଢ଼େଙ୍କାନାଳର ୧୧, ଗଜପତିର ୩, ଗଞ୍ଜାମର ୧୧, ଜଗତସିଂହପୁର ୨୬, ଯାଜପୁରର ୬, ଝାରସୁଗୁଡ଼ାର ୨୬, କଳାହାଣ୍ଡିର ୪୭, କନ୍ଧମାଳର ୧୦, କେନ୍ଦ୍ରାପଡ଼ାର ୨୬, କେନ୍ଦୁଝରର ୨୭, ଖୋର୍ଦ୍ଧାର ୭୪, କୋରାପୁଟର ୧୨, ମାଲକାନଗିରିର ୨, ମୟୂରଭଞ୍ଜର ୨୫, ନବରଙ୍ଗପୁରରେ ୧, ନୟାଗଡ଼ର ୬, ନୂଆପଡ଼ାର ୬୫, ପୁରୀର ୩୪, ରାୟଗଡ଼ାର ୫, ସମ୍ବଲପୁରର ୨୦, ସୋନପୁରର ୭, ସୁନ୍ଦରଗଡ଼ର ୭୫, ଷ୍ଟେଟ୍‌ ପୁଲର ୧୦ ଜଣ ଲେଖାଏ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share