ରାଜ୍ୟରେ ଆଉ ୭୫୬ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୧ା୮(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୭୫୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୬୨ ଜଣ ରହିଛନ୍ତି। ସେହିପରି ଗଞ୍ଜାମରୁ ୧୩୯ ଜଣ , କଟକରୁ ୭୮, ସୁନ୍ଦରଗଡରୁ ୫୮, ଗଜପତିରୁ ୪୯, ଭଦ୍ରକରୁ ୩୩, କେନ୍ଦୁଝରରୁ ୩୧, ପୁରୀରୁ ୨୮, ନୟାଗଡ ୨୨, ରାୟଗଡାରୁ ୨୦, ବାଲେଶ୍ୱରରୁ ୨୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କୋରାପୁଟରୁ୧୮, ମାଲକାନଗିରିରୁ ୧୬, ନବରଙ୍ଗପୁରରୁ ୧୩, କନ୍ଧମାଳରୁ ୧୦, ସମ୍ବଲପୁରରୁ ୧୦, ଜୟପୁରରୁ ଓ କେନ୍ଦ୍ରାପଡାରୁ ୯ ଜଣ ଲେଖାଏ, ଜଗତସିଂହପୁରରୁ ୮, ବରଗଡରୁ ୭, ଢେଙ୍କାନାଳ ଓ ଝାରସୁଗୁଡାରୁ ୬ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି। ଠିକ ସେହିପରି ବଲାଙ୍ଗୀର ଓ କଳାହାଣ୍ଡିରୁ ଦୁଇ ଜଣ ଲେଖାଏ, ଅନଗୋଳରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share