Categories: ଜାତୀୟ

ଦିନକରେ ୭,୫୮୪ କୋଭିଡ୍‌ ସଂକ୍ରମିତ

ନୂଆଦିଲ୍ଲୀ,୧୧।୬: କୋଭିଡ୍‌ ସଂକ୍ରମଣ ପୁଣି ବଢ଼ିବା ସହ ଆଉ ଏକ ଲହର ଆସିବା ଆଶଙ୍କା ସୃଷ୍ଟି ହେଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭,୫୮୪ ନୂଆ ମାମଲା ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୨,୦୫,୧୦୬ରେ ପହଞ୍ଚିଛି। ଦୈନିକ ସଂକ୍ରମଣ ହାର ୨.୨୬ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ସାପ୍ତାହିକ ସଂକ୍ରମଣ ହାର ୧.୫୦ ରହିଥିବା ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସକ୍ରିୟ ମାମଲା ସଂଖ୍ୟା ୩୬,୨୬୭କୁ ବୃଦ୍ଧି ପାଇଥିବାବେଳେ ଗତ ୨୪ ଘଣ୍ଟାରେ ୨୪ ଜଣଙ୍କ ମୃତ୍ୟୁକୁ ମିଶାଇ କୋଭିଡ୍‌ ଜନିତ ମୋଟ ମୃତ୍ୟୁସଂଖ୍ୟା ୫,୨୪,୭୪୭ରେ ପହଞ୍ଚତ୍ଛି। ମୁମ୍ବାଇରେ ସର୍ବାଧିକ ୧,୯୫୪ ସଂକ୍ରମିତଙ୍କୁ ମିଶାଇ ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ସଂଖ୍ୟା ୩,୭୯୧ ହୋଇଛି। ସେହିପରି ଦିଲ୍ଲୀରେ ଗୋଟିଏ ଦିନରେ ୬୫୫ କୋଭିଡ୍‌ରେ ଆକ୍ରାନ୍ତ ହେବା ସହ ୨ ଜଣଙ୍କ ମୃତ୍ୟୁ ଘଟିଛି।

Share