କୋରାପୁଟରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ : ପତାକା ଉତ୍ତୋଳନ କଲେ ରାଜ୍ୟକ୍ରୀଡ଼ା, ଯୁବସେବା ରାଷ୍ଟ୍ରମନ୍ତ୍ରୀ

କୋରାପୁଟ,୨୬।୧(ଅମିତାଭ ବେହେରା): କୋରାପୁଟ ପୋଲିସ ପ୍ୟାରେଡ ପଡିଆଠାରେ ୭୫ ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ରାଜ୍ୟକ୍ରୀଡ଼ା ଓ ଯୁବସେବା ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ। ବିଭିନ୍ନ ସରକାରୀ ସଂସ୍ଥା ପକ୍ଷରୁ ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରାଯାଇଥିଲା । କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦାରା ପୁରସ୍କୃତ କରାଯାଇଥିଲା। ଉତ୍ତମ କାର୍ଯ୍ୟ କରିଥିବା ଶ୍ରେଷ୍ଠ ସରକାରୀ କର୍ମଚାରୀଙ୍କୁ ମଧ୍ୟ ମୁଖ୍ୟ ଅତିଥିଙ୍କ ଦାରା ପୁରସ୍କୃତ କରାଯାଇଥିଲା। କୋରାପୁଟ ଜିଲାପାଳ ଅବଦ୍ଦାଲ ଏମ ଅଖତର ଓ ଏସ୍‌ପି ଅଭିନବ ସୋନକର ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୋରାପୁଟ ବିଧାୟକ ରଘୁରାମ ପଡାଲ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମିନା, ସତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝୀ,କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରାଜ୍ୟ ସୀସା ଯୋଗଦେଇ ପରିଚାଳନା କରିଥିଲେ।ଏହି ଅବସରରେ ପୋଲିସ ପ୍ୟାରେଡ ପଡିଆଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।

Share