ବଢ଼ୁଛି କରୋନା ସଂକ୍ରମଣ: ଆଜି ଗଞ୍ଜାମରେ ଚିହ୍ନଟ ହେଲେ ୭୬ ନୂଆ ଆକ୍ରାନ୍ତ

ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜ୍ୟରେ ରବିବାର ଚିହ୍ନଟ ହୋଇଥିବା ୨୬୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲାର ସର୍ବାଧିକ ୭୬ଜଣ ଅଛନ୍ତି। ସେହିଭଳି ଯାଜପୁରର ୪୧, ଖୋର୍ଦ୍ଧା ୧୫, ଝାରସୁଗୁଡ଼ା ୧୮, କେନ୍ଦୁଝରର ୨୫, ବରଗଡ଼ ୧୮, ବାଲେଶ୍ୱର ୧୨, କଟକ ୧୨, ପୁରୀର ୭, ଅନୁଗୋଳ-ଜଗତସିଂହପୁର-ସୁନ୍ଦରଗଡ଼ର ୪, ମୟୂରଭଞ୍ଜର ୧୫,ମାଲକାନଗିରି-ନୟାଗଡ଼-ବଲାଙ୍ଗୀରର ୨, କୋରାପୁଟ-ଭଦ୍ରକ-କନ୍ଧମାଳ-ନୂଆପଡ଼ା-ଗଜପତି-କଳାହାଣ୍ଡି-ସମ୍ବଲପୁରର ଜଣେ ଲେଖାଏ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପୂର୍ବାହ୍ନରେ ଟୁଇଟ୍‌ କରି ସୂଚନା ଦିଆଯାଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬,୬୧୪ରେ ପହଞ୍ଚିଛି। ତନ୍ମଧ୍ୟରୁ ୪୬୦୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୯୮୦ ଆକ୍ଟିଭ୍‌ କେସ୍‌ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।

Share