Categories: ଜାତୀୟ

ସ୍ବାଧୀନତା ଦିବସରେ ପଞ୍ଜାବରେ ଖୋଲିବ ୭୬ ନୂଆ ମୋହଲା କ୍ଲିନିକ…

ଚଣ୍ଡିଗଡ଼,୧୨।୮ : ସ୍ବାଧୀନତା ଦିବସର ୭୬ ତମ ବାର୍ଷିକୀ ଅବସରରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ସରକାର ରାଜ୍ୟରେ ଆଉ ୭୬ ମୋହଲା କ୍ଲିନିକ ଖୋଲିବେ । ଏଥି ସହ ୪୦ ଟି ସରକାରୀ ଡାକ୍ତରଖାନାର ମଧ୍ୟ ନବୀକରଣ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଡ. ବଲବୀର ସିଂ କହିଛନ୍ତି। ବର୍ତ୍ତମାନ ରାଜ୍ୟରେ ୫୮୩ ଟି ମୋହଲା କ୍ଲିନିକ ଚାଲୁଛି। ନୂଆ କ୍ଲିନିକ ସହିତ ରାଜ୍ୟର ମୋହଲା କ୍ଲିନିକର ସଂଖ୍ୟା ୬୫୯କୂ ବୃଦ୍ଧି ପାଇବ।

ବଲବୀର ସିଂ କହିଛନ୍ତି ଅଗଷ୍ଟ ୧୪ ରେ ସିଏମ ମାନ ନୂତନ ମୋହଲା କ୍ଲିନିକର ଉଦଘାଟନ କରିବେ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୩୫ ଲକ୍ଷରୁ ଅଧିକ ଲୋକ ଆମ ଆଦମୀ ପାର୍ଟି ଦ୍ୱାରା ସ୍ଥାପିତ କ୍ଲିନିକର ଲାଭ ଉଠାଇଛନ୍ତି।

ଆମ ଆଦମୀ ପାର୍ଟି ପ୍ରଥମେ ଦେଶର ରାଜଧାନୀ ଦିଲ୍ଲୀରେ ମୋହାଲା କ୍ଲିନିକ ଆରମ୍ଭ କରିଥିଲା। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସରକାରଙ୍କ ଏହି ପଦକ୍ଷେପକୁ ବହୁ ପ୍ରଶଂସା କରାଯାଇଥିଲା। ଏହା ପରେ ପଞ୍ଜାବରେ ସରକାର ଗଠନ କରିବା ପରେ ଆମ ଆଦମୀ ପାର୍ଟି ମଧ୍ୟ ଏଠାରେ ମୋହାଲା କ୍ଲିନିକ ଆରମ୍ଭ କରିଥିଲା।

Share