୭୬% ୨ ହଜାର ଟଙ୍କିଆ ନୋଟ୍‌ ବ୍ୟାଙ୍କକୁ ଫେରିଲା

ନୂଆଦିଲ୍ଲୀ,୩ା୭: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ୨ ହଜାର ଟଙ୍କିଆ ନୋଟ୍‌ ପ୍ରତ୍ୟାହାର କରିନେବା ଲାଗି ଘୋଷଣା କରିଛି। ଏନେଇ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବାକୁ ସମୟ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଜୁନ୍‌ ୩୦ ସୁଦ୍ଧା ୭୬%(ପ୍ରତିଶତ) ୨ ହଜାର ଟଙ୍କିଆ ନୋଟ୍‌ ବ୍ୟାଙ୍କରେ ଜମା ହୋଇଥିବା ଆର୍‌ବିଆଇ ପକ୍ଷରୁ ସୋମବାର କୁହାଯାଇଛି, ଯାହାକି ୨.୭୨ ଲକ୍ଷ କୋଟି ଟଙ୍କା ହେବ।

Share