ଡଙ୍ଗା ଓଲଟି ୭୬ ଜଣଙ୍କ ମୃତ୍ୟୁ…

ଆବୁଜା,୧୦।୧୦ : ନାଇଜେରିଆର ଆନମ୍ବ୍ରା ସହରରେ ଏକ ଡଙ୍ଗା ବୁଡ଼ି ଘଟଣାରେ ୭୬ ଜଣଙ୍କର ମୃତ୍ୟୁ ଘଟିଛି। କୁହାଯାଉଛି ଯେ ଡଙ୍ଗାରେ ସମୁଦାୟ ୮୫ ଜଣ ଥିଲେ। ବନ୍ୟା ଜଳ ସ୍ରୋତ ନିୟନ୍ତ୍ରଣ ହରାଇ ଡଙ୍ଗାଟି ଓଲଟି ପଡ଼ିଥିଲା। ନାଇଜେରିଆ ରାଷ୍ଟ୍ରପତି ମହମ୍ମଦୁ ବୁହାରୀ ଟୁଇଟ କରି ଏହି ଦୁର୍ଘଟଣାରେଦୁଃଖ ପ୍ରକାଶ କରିଛନ୍ତି।

ସରକାରଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟରେ ନାଇଜେରିଆର ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ ଏବଂ ଜାତୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସିର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଭବିଷ୍ୟତରେ ଏପରି ଘଟଣାକୁ ଯେଭଳି ରୋକାଯାଇପାରିବ ସେନେଇ ସୁରକ୍ଷା ପ୍ରୋଟୋକଲଗୁଡ଼ିକୁ ଯାଞ୍ଚ୍‌ କରିବାକୁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଛନ୍ତି।

ରାଷ୍ଟ୍ରପତି ବୁହାରୀ କହିଛନ୍ତି ଯେ ଡଙ୍ଗା ଦୁର୍ଘଟଣାରେ ଯାତ୍ରୀଙ୍କ ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Share