Posted inଫୁରସତ

ସ୍କୁଲରେ ୭୬ ଜଣଙ୍କ ମୁହଁ ଏକାଭଳି

ଚଣ୍ଡିଗଡ଼: କୁହାଯାଏ, ଦୁନିଆରେ ଏକ ମୁହଁର ଅନେକ ଲୋକ ଥାନ୍ତି। କିନ୍ତୁ ସେମାନଙ୍କୁ ଏକାସାଙ୍ଗରେ ଦେଖିବା ଘଟଣା କମ୍‌ ଦେଖିବାକୁ ମିଳିଥାଏ। ହେଲେ ଏପରି ଏକ ସ୍କୁଲ ଅଛି, ଯେଉଁଥିରେ ପାଖାପାଖି ଏକା ମୁହଁର ଅନେକ ପିଲା ପାଠ ପଢୁଛନ୍ତି। ପଞ୍ଜାବର ଜଳନ୍ଧରରେ ଏକ ପୋଲିସ ଡିଏଭି ସ୍କୁଲରେ ଏପରି ଘଟଣା ଦେଖିବାକୁ ମିଳିଛି। ସ୍କୁଲରେ ୭୬ ଛାତ୍ରୀଛାତ୍ରଙ୍କ ମୁହଁ ଦେଖିବାକୁ ପାଖାପାଖି ଏକା ଭଳି। ଏଠାରେ ଅନେକ ଛାତ୍ରୀଛାତ୍ର ଯାଅଁାଳା ଭଉଣୀ ମଧ୍ୟ ପଢୁଛନ୍ତି। ଉକ୍ତ ସ୍କୁଲର ଜଣେ ଛାତ୍ର କହିଛନ୍ତି, ଯେତେବେଳେ ଏଠାରେ କେହି ଭୁଲ କରନ୍ତି, ସେତେବେଳେ ତାଙ୍କ ମୁହଁ ଭଳି ଦେଖାଯାଉଥିବା ଅନ୍ୟ ଜଣଙ୍କୁ ବେଳେବେଳେ ତା’ର ଦଣ୍ଡ ମିଳିଥାଏ। ଅନେକ ସମୟରେ ଶିକ୍ଷୟିତ୍ରୀ ଶିକ୍ଷକମାନେ ପିଲାଙ୍କୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ସେଥିପାଇଁ ଅନେକ ସମୟରେ ଜଣଙ୍କ ବଦଳରେ ଅନ୍ୟ ଜଣଙ୍କୁ ଶିକ୍ଷକଙ୍କଠୁ ଗାଳି ଶୁଣିବାକୁ ପଡ଼ିଥାଏ। ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି, ତାଙ୍କ ସ୍କୁଲରେ ୭୦ରୁ ଊର୍ଦ୍ଧ୍ୱ ଏକା ମୁହଁ ଥିବା ପିଲା ପଢୁଥିବା ସେ ଯେତେବେଳେ ଜାଣିବାକୁ ପାଇଲେ ସେ ଆଶ୍ଚର୍ଯ୍ୟ ହୋଇଥିଲେ। ଏହାପରେ ସେ ତାଙ୍କ ସ୍କୁଲର ନାମକୁ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ଲେଖାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

ମା’ଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା

ମୁଁ ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ ଚାକିରି ସନ୍ଧାନରେ ଥିଲି। ପରେ ନିଜ ଗାଁ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ ରୂପେ ଯୋଗଦେଇଥିଲି। ସେଠିକାର ଶିକ୍ଷାଦାନ ପଦ୍ଧତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri