୭୬ ବର୍ଷୀୟ ବୃଦ୍ଧ ୭୧ ବର୍ଷୀୟା ବୃଦ୍ଧାଙ୍କୁ କଲେ ପ୍ରେମ ନିବେଦନ: ଆଉ ତା’ପରେ…

ପ୍ରେମ ମାନେନା ଜାତି, ଧର୍ମ। ଏହାର କୌଣସି ବୟସ ନ ଥାଏ। କୌଣସି ବି ବୟସରେ ପ୍ରେମ ହୋଇପାରେ। ସେମିତି କିଛି ଘଟିଛି ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ।
୭୧ ବର୍ଷୀୟା ଗ୍ଲୋରିୟା ଜଣେ ବିଧବା ମହିଳା। ୭୬ ବର୍ଷୀୟ ଜେଫ୍ରି ଅବିବାହିତ ଥିଲେ। ଉଭୟଙ୍କ ସାକ୍ଷାତ ଏକ କେୟାର ସେଣ୍ଟରରେ ହେଲା। ଧୀରେ ଧୀରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଲା। ୩ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ୍‌ କରିଥିଲେ। ଏହା ମଧ୍ୟରେ ହଠାତ୍‌ ଗ୍ଲୋରିୟା ଅସୁସ୍ଥ ହୋଇପଡ଼ିଲେ। ଚିକିତ୍ସା ପାଇଁ ତାଙ୍କୁ ଡାକ୍ତଖାନାରେ ଭର୍ତ୍ତି କରାଗଲା। ଏହି ସମୟରେ ଜେଫ୍ରି ନିଜ ମନକଥା ଗ୍ଲୋରିୟାଙ୍କୁ ନ କହି ରହିପାରିଲେ ନାହିଁ। ସେ ବିବାହ କରିବାକୁ ଚାହୁଁଥିବା ହସ୍ପିଟାଲରେ ଗ୍ଲୋରିୟାଙ୍କୁ କହିଦେଲେ। ଏହା ଶୁଣି ଗ୍ଲୋରିୟା ମଧ୍ୟ ଖୁସି ହୋଇଗଲେ। କେୟାର ସେଣ୍ଟର ସହାୟତାରେ ଉଭୟ ଏକାଠି ହୋଇଗଲେ।

Share