ଆଜି ରାଜ୍ୟରୁ ୭୬୧ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ସୋମବାର ରାଜ୍ୟରୁ ୭୬୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୧,୬୯୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୪୪୩ ଜଣ ଚିହ୍ନଟ ହୋଇଥିବା ବେଳେ ୩୧୮ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୮୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧୭ ଏବଂ ବାଲେଶ୍ୱରରୁ ୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୧୬,ବରଗଡ଼ ୧୮, ଭଦ୍ରକ ୮, ବଲାଙ୍ଗୀର ୨, ବୌଦ୍ଧ ୧, ଦେବଗଡ଼ ୧୨, ଢେଙ୍କାନାଳ ୧୨, ଗଜପତି ୨, ଗଞ୍ଜାମ ୩, ଜଗତସିଂହପୁର ୧୮, ଯାଜପୁର ୩୫, ଝାରସୁଗୁଡ଼ା ୧, କନ୍ଧମାଳ ୩, କେନ୍ଦ୍ରାପଡ଼ା ୧୫, କେନ୍ଦୁଝର ୫, ମାଲକାନଗିରି ୨, ମୟୂରଭଞ୍ଜ ୨୪, ନବରଙ୍ଗପୁର ୧, ନୟାଗଡ଼ ୧୨, ପୁରୀ ୧୩, ରାୟଗଡ଼ା ୫, ସମ୍ବଲପୁର ୨୦, ସୋନପୁରରୁ ୧ ଏବଂ ସୁନ୍ଦରଗଡ଼ରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୬୪।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟ ୧୦,୦୧,୬୯୮ରେ ପହଞ୍ଚିଥିବା ବେଳେ ୯,୮୫,୩୦୨ଜଣ ସୁସ୍ଥ ହୋଇଛନ୍ତି। ୮୯୧୭ ଜଣ ଚିକିିତ୍ସିତ ହେଉଛନ୍ତି।

Share