Categories: ଜାତୀୟ

ବଢୁଛି ସଂକ୍ରମଣ: ଗତ ୨୪ ଘଣ୍ଟାରେ ୭୬୧ କରୋନା ଆକ୍ରାନ୍ତ ଚିହ୍ନଟ, ୧୨ ମୃତ

ନୂଆଦିଲ୍ଲୀ,୫।୧: ଦେଶରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ୪୩୩୪କୁ ବୃଦ୍ଧିପାଇଛି।

ସବୁଠାରୁ ବିପଜ୍ଜନକ ପରିସ୍ଥିତି କର୍ନାଟକରେ। ଗୁରୁବାର ଏଠାରେ ୨୯୮ଟି ମାମଲା ରେକର୍ଡ ହେଥିଲା। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଯେ ଗୁରୁବାର ରାଜ୍ୟରେ କରୋନା ପଜିଟିଭିଟି ହାର ୩.୪୬ ପ୍ରତିଶତରୁ ୩.୮୨ ପ୍ରତିଶତକୁ ବୃଦ୍ଧି ପାଇଛି।

Share