Advertisement

୭୬୪ ପଞ୍ଚାୟତରେ ନାହିଁ ଇଣ୍ଟରନେଟ ବ୍ୟବସ୍ଥା: ମନ୍ତ୍ରୀ

ଭୁବନେଶ୍ୱର,୨୪।୩: ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ସୋମବାର ଗୃହର ଏକ ପ୍ରଶ୍ନର ଉତ୍ତରରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ ରାଜ୍ୟବାସୀଙ୍କୁ ଏକ ବଡ଼ ସୂଚନା ଦେଇଛନ୍ତି।

ରାଜ୍ୟର ୭୬୪ ପଞ୍ଚାୟତରେ ଇଣ୍ଟରନେଟ ସେବା ନ ଥିବା ସେ କହିଛନ୍ତି। ୧୬୭ ବ୍ଲକର ୭୬୪ ପଞ୍ଚାୟତରେ ମୋବାଇଲ ଟାୱାର ନାହିଁ। ସର୍ବାଧିକ କନ୍ଧମାଳ ଜିଲାର ୧୦୬ଟି ପଞ୍ଚାୟତରେ ଟାୱାର ନ ଥିବା ସେ କହିଛନ୍ତି। ଜୁନ ୨୦୨୫ ସୁଦ୍ଧା ବଳକା ୨,୧୯୨ଟି ଟାୱାର୍‌ କାର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share