୭୬ତମ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ସ ଡେ

ଭୁବନେଶ୍ୱର,୨।୭: (ଅଭୟ ଦାଶ): ଦେଶର ପ୍ରମୁଖ କେନ୍ଦ୍ରୀୟ ପ୍ରତିଷ୍ଠାନ ତଥା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ସ ଅଫ୍‌ ଇଣ୍ଡିଆ (ଆଇସିଏଆଇ)ର ଭୁବନେଶ୍ୱର ଶାଖା ପକ୍ଷରୁ ସୋମବାର ୭୬ତମ ‘ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ସ ଡେ’ ପାଳିତ ହୋଇଯାଇଛି। ଏପରିକି ଏହାର ଫାଉଣ୍ଡେଶନ୍‌ ଡେ ସହିତ ସିଏ ବୃତ୍ତିର ନିର୍ଭୀତା,ଅଖଣ୍ଡତା ଏବଂ ସର୍ବଦା ସଜାଗ ମନୋଭାବ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା। ସେହିଭଳି ଏହାର ୭୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ହିତାଧିକାରୀମାନଙ୍କୁ ମୂଲ୍ୟଯୁକ୍ତ ସେବା ଯୋଗାଇବାରେ ଆକାଉଣ୍ଟାସି ଫଙ୍କସନ୍‌ ଏକ ରଣନୀତିକ ଭୂମିକା ଗ୍ରହଣ କରିବା ସହ ପ୍ରମୁଖ ନେତୃତ୍ୱ ଗ୍ରହଣ କରିଥାଏ। ଏପରିକି ଆମ ପୂର୍ବପୁରୁଷମାନଙ୍କ ଦ୍ୱାରା ସ୍ଥାପିତ ବୃତ୍ତିର ପରମ୍ପରାର ଏକ ଅଂଶ ଭାବେ ଆମେ ସିଏ ଦିବସ ପାଳନ କରୁଛୁ। ଏହି ପରିପ୍ରେକ୍ଷୀରେ ନୟାପଲ୍ଲୀସ୍ଥିତ ଆଇସିଏଆଇ ଭବନ ଠାରେ ଶାଖା ଅଧ୍ୟକ୍ଷ ସିଏ ଜାହ୍ନବୀ ଦେଓ ପତାକା ଉତ୍ତୋଳନ କରି ଆଇସିଏଆଇ ଭବନରୁ ଷ୍ଟୁଆର୍ଟ ସ୍କୁଲ୍‌ ପର୍ଯ୍ୟନ୍ତ ଏକ ୱାକାଥନ ଅନୁଷ୍ଠିତ ହୋଇଥିଲାବେଳେ ବୃକ୍ଷରୋପଣ ଏବଂ ସ୍ବଚ୍ଛତା ଡ୍ରାଇଭ୍‌ ମଧ୍ୟ ଆୟୋଜିତ ହୋଇଥିଲା।
ଏହି ଅବସରରେ ମାଗଣା ସ୍ବାସ୍ଥ୍ୟପରୀକ୍ଷା, ଚକ୍ଷୁ, ଡେଣ୍ଟାଲ୍‌ ପରୀକ୍ଷା ଓ ଡାଇବେଟିସ୍‌ ସ୍କ୍ରିନିଂ କ୍ୟାମ୍ପ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଡା. ମୋହନଙ୍କ ଡାୟାବେଟିଜ୍‌ ବିଶେଷତା କେନ୍ଦ୍ର, ସେଣ୍ଟର୍‌ ଫର୍‌ ସାଇଟ୍‌ ଏବଂ ଆମ ଓଡ଼ିଶା ସହିତ ମିଳିତ ଭାବେ ଏକ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହୋଇଥିଲା। ଏହି ଦିନକୁ ସ୍ମରଣ କରିବା ପାଇଁ ସଦସ୍ୟ ଓ ଛାତ୍ରମାନଙ୍କ ପାଇଁ ଓର୍କ-ଲାଇଫ୍‌ ବାଲାନ୍ସ ବିଷୟରେ ଏକ ଦିନିକିଆ କର୍ମଶାଳର ମଧ୍ୟ ଆୟୋଜନ କରାଯାଇଥିଲ। ଏହି ଅବସରରେ ଓଡିଶାର ଆଡିଶନାଲ୍‌ ପୋଲିସ ଡି.ଜି ସିଏ ରାଧା କିଶନ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲାବେଳେ ଶାଖା ଅଧ୍ୟକ୍ଷ ସିଏ ଜାହ୍ନବୀ ଦେଓ, ଶାଖାର ଛାତ୍ର ସଙ୍ଗଠନ ଅଧ୍ୟକ୍ଷ ତଥା ଶାଖା ଉପାଧ୍ୟକ୍ଷ ସିଏ ମହେନ୍ଦ୍ର ସାହୁ ଏବଂ ସଚିବ ସିଏ ଗୌତମ ଲେଙ୍କା ଅଂଶ ଗ୍ରହଣକାରୀଙ୍କୁ ସମ୍ବୋଧିତ କରିଥିଲେ। ଉପରୋକ୍ତ କାର୍ଯ୍ୟକ୍ରମକୁ ସିଏ ଶାଶ୍ୱତ ତ୍ରିପାଠୀ, କୋଷାଧ୍ୟକ୍ଷ ସିଏ ପ୍ରଦୀପ କୁମାର ସାହୁ,ପୂର୍ବତନ ଅଧ୍ୟକ୍ଷ ସିଏ ରଞ୍ଜନ କୁମାର ପୃଷ୍ଟି, ପୂର୍ବତନ ଅଧ୍ୟକ୍ଷ ସିଏ ଗଗନ ବିହାରୀ ଦାସଙ୍କ ସମେତ ପରିଚାଳନା କମିଟିର ସଦସ୍ୟମାନେ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୬୬ ଲକ୍ଷ ମେଟ୍ରିକ ଟନ୍‌ ରବି ଗହମ କିଣିଛି ଏଫ୍‌ସିଆଇ

ଭୁବନେଶ୍ୱର,୪।୭(ଅନୁରାଧା ମହାରଣା): ଚଳିତ ରବିଋତୁରେ ଫୁଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ (ଏଫ୍‌ସିଆଇ) ୨୬୬ ଲକ୍ଷ ମେଟ୍ରିକ ଟନ୍‌ (ଏଲ୍‌ଏମ୍‌ଟି) ଗହମ କିଣିଛି। ୨୦୨୩-୨୪ରେ ଏହି ପରିମାଣ...

ରଥଯାତ୍ରା ଉପଲକ୍ଷେ ‘ତନେଇରା’ର ଗୋଲ୍ଡ କଏନ୍‌ ଅଫର, ୨୦,୦୦୦ଟଙ୍କାର ଶପିଂ ଉପରେ…

ଭୁବନେଶ୍ବର,୪।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ (ବ୍ରାଣ୍ଡ୍‌) ‘ତନେଇରା’ର ବହୁ ପ୍ରତୀକ୍ଷିତ ‘ଗୋଲ୍ଡ କଏନ’ (ସୁନା...

ଟିପିସିଓଡିଏଲ୍‌ର ନୂତନ ଅଭିଯାନ ‘ଗାଁ ଚାଲ’

ଭୁବନେଶ୍ବର,୪।୭ (ଅଭୟ ଦାଶ): ଟି ପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ ବା ଟିପିସିଓଡିଏଲ୍‌ର ନୂତନ ଅଭିଯାନ ‘ଗାଁ ଚାଲ’ର ସଫଳତା ସମ୍ପର୍କରେ ଘୋଷଣା କରାଯାଇଛି।...

ବାରିପଦା ବାଘଡ଼ା ରୋଡ୍‌ଠାରେ ଏସ୍‌ବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ବର,୪।୭ (ଅଭୟ ଦାଶ): ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ର ନୂତନ ଶାଖା ‘ବାରିପଦା ସିଟି ଶାଖା’ ନିକଟରେ ବାରିପଦାସ୍ଥିତ ୱାର୍ଡ ନଂ.୧୫ ଅଧୀନ ବାଘଡ଼ା...

୮୦,୦୦୦ ଛୁଇଁଲା ସେନ୍‌ସେକ୍ସ

ନୂଆଦିଲ୍ଲୀ,୪।୭ (ଅଭୟ ଦାଶ): ପ୍ରଥମ ଥର ପାଇଁ ଭାରତୀୟ ଷ୍ଟକ୍‌ ଏକ୍ସଚେଞ୍ଜ ଏକ ଐତିହାସିକ ସଫଳତା ହାସଲ ସହ ନୂତନ ରେକର୍ଡ କରିଛି। ଏପରିକି ଘରୋଇ...

ଭାରତର ଦେଶୀ ଟୁଇଟର୍‌ ‘କୁ’ ବନ୍ଦ: ବିରାଟ କୋହଲିଙ୍କ ସମେତ ବଡ଼ ବଡ଼ ରାଜନେତା କରୁଥିଲେ ବ୍ୟବହାର

ନୂଆଦିଲ୍ଲୀ,୩।୭: ଏଲନ ମସ୍କଙ୍କ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଏକ୍ସ (ପୁରୁଣା ନାମ ଟୁଇଟର୍‌) ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଭାରତର ହୋମଗ୍ରାଉଣ୍ଡ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ‘କୁ’(KOO)...

ଏହି ଦିନ ଲଞ୍ଚ୍‌ ହେବ ଦୁନିଆର ପ୍ରଥମ ସିଏନ୍‌ଜି ବାଇକ୍‌: ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ତ୍ୱ

ନୂଆଦିଲ୍ଲୀ,୩।୭: ଦେଶର ପ୍ରସିଦ୍ଧ ବାଇକ ନିର୍ମାତା ବଜାଜ ଅଟୋ ଖୁବ ଶୀଘ୍ର ଦେଶରେ ପ୍ରଥମ ସିଏନ୍‌ଜି ବାଇକ ଲଞ୍ଚ କରିବାକୁ ଯାଉଛି। ଏହି ବାଇକ ୧୨୫...

ଆଦାନୀ ଗ୍ରୁପର ୧୩ ଲକ୍ଷ କୋଟିର କ୍ଷତି କରି ଏତେ କୋଟି ଟଙ୍କା ଆୟ କରିଛି ହିଣ୍ଡେନବର୍ଗ, ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୩।୭: ଗତ ବର୍ଷ ଜାନୁଆରୀରେ ଆମେରିକାର ଅନୁସନ୍ଧାନକାରୀ ସଂସ୍ଥା ହିଣ୍ଡେନବର୍ଗ ଆଦାନୀ ଗ୍ରୁପ ଉପରେ ବଡ଼ ଅଭିଯୋଗ ଆଣିଥିଲା। ଯେଉଁଥିରେ ଆଦାନୀ ଗ୍ରୁପକୁ ବଡ଼ କ୍ଷତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri