୭୬ ତମ ସ୍ବାଧୀନତା ଦିବସ, ରାଜଘାଟରେ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୫।୮ : ଦେଶର ୭୬ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାବାର ରାଜଘାଟେରେ ମହାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ଲାଲ୍‌ କିଲ୍ଲା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।

ସ୍ବାଧୀନତାର ଏହି ଅମୃତ ମହୋତ୍ସବରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତ୍ରିରଙ୍ଗା ରଙ୍ଗରେ ଦେଖିବାକୁ ମିଳିଛି। ସେ ଏକ ତ୍ରିରଙ୍ଗା ପଗଡି ପିନ୍ଧିଛନ୍ତି। ତାଙ୍କ ପଗଡିରେ ଗୈରିକ, ଧଳା ଏବଂ ସବୁଜ ରଙ୍ଗର ତିନୋଟି ରଙ୍ଗ ରହିଛି। ରାଜ ଘାଟ ପରେ ପ୍ରଧାନମନ୍ତ୍ରୀ ଲାଲ୍‌ କିଲ୍ଲାରେ ପହଞ୍ଚିଥିଲେ। ଏଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।

ଗତ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଗୈରିକ ପୋଷାକରେ ଦେଖିବାକୁ ମିଳିଥିଲା। ଏହାପୂର୍ବରୁ ସେ ଏହି ବିଶେଷ ଉତ୍ସବରେ ହଳଦିଆ, ଗୋଲାପୀ ଏବଂ ସୁନା ରଙ୍ଗର ପୋଷାକ ପିନ୍ଧିଥିଲେ। ପ୍ରଧାନମନ୍ତ୍ରୀ ପ୍ରତି ସ୍ବାଧୀନତା ଦିବସରେ ସେ ଏକ ସ୍ବତନ୍ତ୍ର ପ୍ରକାରର ପୋଷାକ ପିନ୍ଧିଥାନ୍ତି।

Share