
ପାଟଣା,୨୬।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ରବିବାର ମୁଖ୍ୟାଳୟ ଷ୍ଟାଡିୟମରେ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳଚନ୍ଦ୍ର ନାଏକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମେବେତ ୨୯ଟି ପ୍ୟାରେଡ ଗ୍ରୁପରୁ ଅଭିବାଦନ ଗ୍ରହଣ କରିଥିଲେ। ଉଦ୍ବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବପନର ବିକଶିତ ଭାରତ ଗଠନକୁ ସାକାର କରିବା ପାଇଁ ସମସ୍ତେ ଗୁଣ୍ଡିଚିମୂଷା ଭଳି କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷା ଶୁକାନ୍ତି ନାଏକ, ବଡ ପାଟଣା ସରପଞ୍ଚ ବିନତି ବାନରା, ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ବିଦ୍ୟାଧର ଦାଶ, ପାଟଣା ବିଡିିଓ ମାନସ କୁମାର ଦଣ୍ଡପାଟ, ବିଇଓ ପୂର୍ଣ୍ଣଚନ୍ଦ୍ର ଅମାନ୍ତ, ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ପାଟଣା ବ୍ଲକ ଓଡ଼ିଶା ପ୍ରଶାସନିକ ସେବାରେକୃତ କାର୍ଯ୍ୟ ହୋଇଥିବା ବ୍ୟକ୍ତି ଓ କରୋନା କାଳରେ ଉଲ୍ଲେଖନୀୟ ସେବା ପାଇଁ ୨ ଜଣ ଓ ଜଣେ ସଫଳ ଚାଷୀଙ୍କୁ ମୁଖ୍ୟ ଅତିଥି ବିଧାୟକ ସମ୍ବର୍ଦ୍ଧିତ କରିଥିଲେ। ତୁରୁମୁଙ୍ଗାର ଓଏଏସ୍ ବିକାଶ ସାହୁଙ୍କ ପାଇଁ ତାଙ୍କ ବାପା ପ୍ରଦୀପ କୁମାର ସାହୁ, ତଣ୍ଡ ଗ୍ରାମ ର ପ୍ରିୟଦର୍ଶୀ ନାୟକଙ୍କ ପାଇଁ ତାଙ୍କ ବାପା ଭାଗବତ ନାୟକ, କୁଠା ଘର ଗ୍ରାମ ର ପ୍ରମୋଦ କୁମାର ମହାନ୍ତ, ବରୁଡ଼ି ପଶିର ସୁଚିଶ୍ମିତା ନାଏକ ଓ କରୋନା କାଳ ରେ ଦୁଃସ୍ତ ଲୋକଙ୍କୁ ସେବା ଯୋଗାଇ ଦେଇଥିବାରୁ ଉଲ୍ଲେଖନୀୟ ସେବା ପାଇଁ ପାଟଣାର ଖବରଦାତା ତଥା ସାମାଜିକକର୍ମୀ ବିଜୟରତ୍ନ ପତି ଓ ଜିଲା ଭାଜପା ଯୁବମୋର୍ଚ୍ଚା ସଭାପତି ସବୀରଦାଶ ଓ ସଫଳ ମାଣ୍ଡିଆ ଚାଷୀ ସଞ୍ଜୁଲତା ମହାନ୍ତଙ୍କୁ ମାନପତ୍ର, ଅଙ୍ଗ ବସ୍ତ୍ର, ପୁଷ୍ପ ଗୁଚ୍ଛଦେଇ ମୁଖ୍ୟଅତିଥି ସମ୍ବର୍ଦ୍ଧିତ କରିଥିଲେ। ଆୟୋଜିତ ସଭାକୁ ଶିକ୍ଷକ ପାର୍ଥସାରଥି ବେଜ ସଂଯୋଜନା କରିଥିବା ବେଳେ ପ୍ୟାରେଡକୁ କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ, ସାଂସ୍କୃତିକ କାର୍ଯ୍ୟକ୍ରମକୁ କମଳା କାନ୍ତ ପତି ସଂଯୋଜନା କରିଥିଲେ। ପ୍ୟାରେଡରେ ବିଚାରକଭାବେ ଥାନା ଅଧୀକାରୀ ମାନସ କୁମାର ମହାକୁଡ, ରେଞ୍ଜର ବନ ବିହାରୀ ସର୍ଦାର, ଅଗ୍ନିଶମ ଅଧିକାରୀ ଗୌର ମୋହନ ହେମ୍ରମ, ଯୋଗ ଦେଇଥିଲେ। ତହସିଲରେ ତହସିଲଦାର ଲୀଳାବତୀ ନାୟକ, ବ୍ଲକରେ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ପାଟଣା ମହାବିଦ୍ୟାଳୟରେ ଅଧ୍ୟକ୍ଷ ବିରେନ୍ଦ୍ର କୁମାର ସାହୁ, ପାଟଣା ଥାନାରେ ମାନସ କୁମାର ମହାକୁଡ, ତୁରୁମୁଙ୍ଗା ଥାନାରେ ଏସ୍ଆଇ କିଶୋର ଚନ୍ଦ୍ର ପାତ୍ର, ପାଟଣା ଗୋଷ୍ଠୀ ସ୍ବାାସ୍ଥ୍ୟ କେନ୍ଦ୍ରରେ ଡା. ଶୁଭେନ୍ଦୁ ସାଗର କୁମାର ନାଏକ, ରେଞ୍ଜ କାର୍ଯ୍ୟାଳୟରେ ବନ ବିହାରୀ ସର୍ଦାର, ମୁକ୍ତି ତୀର୍ଥ ବ୍ଲବ ସ୍ବାମରେ ଭାଗୀରଥି ଦାଶ, ଅଗ୍ନିଶମ କାର୍ଯ୍ୟାଳରେ ଷ୍ଟେସନ ପରିଚାଳକ ଗୌର ମୋହନ ହେମ୍ରମ, ତୁରୁମୁଙ୍ଗା ଶିଶୁ ବିଦ୍ୟା ମନ୍ଦିରରେ ବିଧାୟକ ନାଏକ, ପାଟଣା ଶିଶୁ ବିଦ୍ୟା ମନ୍ଦିରରେ ପରିଚାଳନା କମିଟି ସଭାପତି ଅରବିନ୍ଦ ଦାଶ ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ।